Categories: ଜାତୀୟ

ଭାରତୀୟ ସେନା ଅଧିକାରୀଙ୍କ ନାମରେ ୨ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ, ୮।୪ : ଭାରତୀୟ ସେନା ଲ୍ୟୁଟନାଣ୍ଟ କର୍ନଲ ଭରତ ପନ୍ନୁ ଏକାକି ସାଇକେଲ ଚାଳନାରେ ଦୁଇଟି ଗିନିଜ ଓ୍ବାଲର୍‌ଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବର ୧୦ରେ ଲ୍ୟୁଟନାଣ୍ଟ କର୍ନଲ ପନ୍ନୁ ଲେ’ରୁ ମନାଲି (୪୭୨ କିଲୋମିଟରର ଦୂରତା)କୁ ୩୫ ଘଣ୍ଟା ୨୫ ମିନିଟ୍‌ରେ ଶେଷ କରିଥିଲେ।

ଏହାପରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାକୁ ଯୋଡ଼ୁ ଥିବା ‘ଗୋଲ୍ଡେନ କ୍ୱାଡ୍ରିଲେଟେରାଲ’ ରାସ୍ତାରେ ସାଇକେଲ ଚାଳନା କରି ହାସଲ କରିଥିଲେ ଦ୍ୱିତୀୟ ରେକର୍ଡ। ୫,୯୪୨ କି.ମି. ଦୂରତାକୁ ଅତିକ୍ରମ କରିବା ପାଇଁ ସେନା ଅଧିକାରୀଙ୍କୁ ଲାଗିଥିଲା ୧୪ ଦିନ, ୨୩ ଘଣ୍ଟା ଓ ୫୨ ମିନିଟ୍‌। ଅକ୍ଟୋବର ୧୬ରେ ‘ଇଣ୍ଡିଆ ଗେଟ୍‌’ଠାରୁ ଆରମ୍ଭ ହୋଇଥିବା ସାଇକେଲ ଚାଳନା ଇଭେଣ୍ଟ ସମାନ ସ୍ଥାନରେ ଅକ୍ଟୋବର ୩୦ ତାରିଖରେ ଶେଷ ହୋଇଥିଲା।

Share