Categories: ଜାତୀୟ

ଲଦାଖରେ ୧୫ ହଜାର ଫୁଟ ଉପରେ ଭାରତୀୟ ସେନାର ଯୋଗାଭ୍ୟାସ…

ଲେହ,୨୧।୬ : ଲଦାଖରେ ୧୫ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଯବାନମାନେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ସେନାର ଅଲ୍ଟିମେଟ ଫୋର୍ସର ୟୁନିଟ ବିଶ୍ୱର ସର୍ବୋଚ୍ଚ ସ୍ଥାନ ହାନଲେ ଅବଜରଭେଟୋରୀରେ ଲଦାଖର ଦୁର୍ଗମ ଅଞ୍ଚଳରେ ଯୋଗ ପରିଚାଳନା କରିଥିଲା। ଭାରତୀୟ ସେନା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରି ଉଚ୍ଚ ପର୍ବତ, ଗ୍ଲେର୍ସି, ଲଦାଖ ସମତଳ ସମେତ ଦେଶର ୧୦୦ ରୁ ଅଧିକ ସ୍ଥାନରେ ଯୋଗ ପ୍ରଦର୍ଶନ କରିଥିଲେ।

ପ୍ରତିରକ୍ଷା ମୁଖ୍ୟ, ସିଡିଏସ ଜେନେରାଲ ଅନିଲ ଚୌହାନଙ୍କ ସହ ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀ, ବାୟୁ ସେନା ଯବାନ ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦିବସଅବସରରେ ନୂଆଦିଲ୍ଲୀର ବାୟୁସେନା ଷ୍ଟେଶନରେ ଯୋଗ ଅଧିବେଶନରେ ଅଂଶଗ୍ରହଣ କରିଥିଲେ।

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସହ ବହୁ ବରିଷ୍ଠ ସେନା ଅଧିକାରୀ ତଥା ବିଶିଷ୍ଟ ବିଦେଶୀ ମାନ୍ୟଗଣ୍ୟ ଦିଲ୍ଲୀ କ୍ୟାଣ୍ଟର କାରିଆପା ଗ୍ରାଉଣ୍ଡରେ ଯୋଗାସନ କରିଥିଲେ।

ସମନୱୟ ଏବଂ ଶାନ୍ତି ପାଇଁ ଯୋଗର ବାର୍ତ୍ତା ସହିତ ଭାରତୀୟ ସେନା ଦେଶର ୧୦୬ ଟି ସ୍ଥାନରେ ୯ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି। ଉତ୍ତରରେ ସିଆଚେନ ଗ୍ଲାସିଅର୍‌ ଏବଂ ଲଦାଖ ଠାରୁ, ପୂର୍ବରେ ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଚଳରେ, ଦକ୍ଷିଣରେ ଇନ୍ଦିରା ପଏଣ୍ଟରେ ଯୋଗାସନ କରାଯାଇଛି।

ଭାରତୀୟ ସେନା କହିଛି ସମସ୍ତଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେନା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଥାଏ।

Share