Categories: ଫୁରସତ

ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ, ବିନା ପରୀକ୍ଷାରେ ମିଳୁଛି ନିଯୁକ୍ତି; ମାସିକ ଦରମା ୯୭,୦୦୦

ଭାରତୀୟ ସେନାରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ସେନାର ୩୦୦ ପଦବୀରେ ନିଯୁକ୍ତି ପାଇଁ ଏସ୍‌ଏସ୍‌ସି ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ କରୁଛି। ଉଭୟ ମହିଳା ଏବଂ ପୁରୁଷ ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ। ମାସିକ ଦରମା ୯୭,୦୦୦ ଟଙ୍କା ରହିଛି। SSC Recruitment 2020 ଅନୁଯାୟୀ ସଶସ୍ତ୍ର ସେନା ଚିକିତ୍ସା ସେବାରେ ଯୋଗ ଦେବାକୁ ଚାହୁଁଥିବା ଯୋଗ୍ୟ ଏବଂ ଆଗ୍ରହୀ ମହିଳା/ପୁରୁଷ ଏଥିପାଇଁ ଅନ୍‌ଲାଇନରେ ଆବେଦନ କରିପାରିବେ। ୪୫ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଡିସେମ୍ବର ୩୧, ୨୦୨୦ ସୁଦ୍ଧା ବୟସ ଗଣାଯିବ।

ଭାରତୀୟ ସେନା ନିଯୁକ୍ତି ୨୦୨୦: ପଦବୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ

– ପୁରୁଷ ପ୍ରାର୍ଥୀ: ୨୭୦
– ମହିଳା ପ୍ରାର୍ଥୀ: ୩୦
-ମୋଟ ପଦବୀ ସଂଖ୍ୟା: ୩୦୦

ଭାରତୀୟ ସେନା ନିଯୁକ୍ତି ୨୦୨୦: ଗୁରୁତ୍ୱପୂର୍ଣ୍ଣ ତାରିଖ
– ଅନଲାଇନ ଆବେଦନ ପାଇଁ ଶେଷ ତାରିଖ: ଅଗଷ୍ଟ ୧୬, ୨୦୨୦
-ସମ୍ଭାବ୍ୟ ସାକ୍ଷାତକାର ତାରିଖ: ଅଗଷ୍ଟ ୩୧, ୨୦୨୦

ଯୋଗ୍ୟତା
ପ୍ରାର୍ଥୀଙ୍କ ପାଖରେ ଏମବିବିଏସ୍‌ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟ ମେଡିକାଲ କାଉନସିଲ/ଏମ୍‌ସିଆଇ/ଏନ୍‌ବିଇରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଏଥିପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ। ସମସ୍ତ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୦୦ ଟଙ୍କା ଦେବାକୁ ପଡିବ।

Share