କାମେଙ୍ଗ, ୮।୯: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ ଚାଇନାର ୧୩ ଚମରୀ ଗାଈ ଏବଂ ୪ ବାଛୁରୀ ପଶିଆସିଥିଲେ। ଚରିବା ସମୟରେ ସେମାନେ ଏଲ୍ଏସି ଅତିକ୍ରମ କରିଥିଲେ। ତେବେ ଭାରତୀୟ ଯବାନ ଚାଇନାକୁ ଏହା ଫେରସ୍ତ କରିଥିଲେ। ସୋମବାର ଦିନ ସମୟରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ଅଞ୍ଚଳରେ ଭାରତୀୟ ଯବାନ ଏଭଳି ମାନବୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏଲ୍ଏସି ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଏହି ଗାଈ ବୋଲି କୁହାଯାଉଛି। ଚାଇନା ସୈନ୍ୟ ଅଧିକାରୀ ଏଥିପାଇଁ ଭାରତୀୟ ଯବାନଙ୍କୁ ଧନ୍ୟବାଦ ଦେଇଥିଲେ। ମାତ୍ର ରାତ୍ରରେ ଏହାକୁ ଭୁଲି ଚାଇନା ସୈନ୍ୟ ଲଦାଖ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିବା ସହିତ ଗୁଳି ଚାଳନା କରିଥିଲେ। ତେବେ ଭାରତୀୟ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ସେମାନେ ପଛକୁ ହଟିଥିଲେ।