Categories: ଜାତୀୟ

ଏଲ୍‌ଏସିରେ ଚାଇନାର ସର୍ଭେଲାନ୍ସ୍‌ କ୍ୟାମେରାକୁ ଭାଙ୍ଗିଲେ ଭାରତୀୟ ସେନା

ଲଦାଖ, ୧।୯: ଏଲ୍‌ଏସିରେ ଚାଇନାର ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଥିବା ଚୁଶୁଲଠାରେ ଚାଇନା ସୈନ୍ୟ ଭାରତ ସୀମାକୁ ଚାଇନା ସୈନ୍ୟ ଅନୁପ୍ରବେଶ କରୁଥିଲେ। ତେବେ ଏହାକୁ ଭାରତୀୟ ସେନା ପକ୍ଷରୁ ପଣ୍ଡ କରିଦିଆଯାଇଥିଲା। ଭାରତୀୟ ସେନା ଏଠାରେ ଥିବା ଚାଇନାର ସର୍ଭେଲାନ୍ସ୍‌ ସିଷ୍ଟମ୍‌ ଏବଂ କ୍ୟାମେରାକୁ ଭାଙ୍ଗିଦେଇଛନ୍ତି। ଏହା ସହିତ ବ୍ଲାକ୍‌ ଟପ୍‌ ପୋଷ୍ଟ ଉପରେ ଭାରତୀୟ ସେନା କବ୍‌ଜା କରିନେଇଛି। ଠାକୁଙ୍ଗଠାରୁ ଚାଇନା ଭାରତୀୟ ସେନା ଉପରେ ତୀକ୍ଷ୍‌ଣ ନଜର ରଖିବା ଜାରି ରଖିଥିଲା। ତେବେ ବ୍ଲାକ୍‌ ଟପ୍‌ ପୋଷ୍ଟକୁ ଭାରତୀୟ ସେନା ନିଜ ଦଖଲକୁ ନେବା ପରେ ଚାଇନାର ଷଡ଼ଯନ୍ତ୍ରରେ ବାଧା ଉପୁଜିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଜାରି ରହିଥିବାବେଳେ ଚାଇନା ସୈନ୍ୟ ବିଭାଗ ଏହାର ବାରମ୍ବାର ଉଲ୍ଲଂଘନ କରି ଅନୁପ୍ରବେଶ ଉଦ୍ୟମ କରୁଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।

Share