Categories: ଜାତୀୟ

ଉତ୍ତରକାଶୀ ସୁଡ଼ଙ୍ଗ ଉଦ୍ଧାରକାର୍ଯ୍ୟ: ଫେଲ୍ ମାରିଲା ମେଶିନ, ଦାୟିତ୍ୱ ନେଲା ସେନା

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ଫେଲ୍ ମାରିବା ପରେ ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ନେଇଛି ଭାରତୀୟ ସେନା।

ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସେନକୁ କୁହାଯାଇଛି। ଭାରତୀୟ ସେନା ବର୍ତ୍ତମାନ ଉଦ୍ଧାର କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିଛି। ଏହା କୁହାଯାଉଛି ଯେ ଉପରୁ ଡ୍ରିଲିଂ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ଆମେରିକାରୁ ଆସିଥିବା ଔଗର ମେଶିନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର ଖନନ କାର୍ଯ୍ୟ ପୁଣିଥରେ ଅଟକି ରହିଥିଲା। ରବିବାରଠାରୁ ହାତରେ ଖନନ ଆରମ୍ଭ ହେବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ। ଏବେ ସେନା ଉଦ୍ଧାରକାର୍ଯ୍ୟ ଦାୟିତ୍ୱ ନେବା ପରେ ଯୋଜନାରେ କୌଣସି ପରିବର୍ତ୍ତନର ସମ୍ଭାବନ ରହିଛି।

Share