Categories: ଜାତୀୟ

ମାତ୍ର ଦେଢ ଘଣ୍ଟାରେ ସେନା ନେଲା ପ୍ରତିଶୋଧ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର ବାରମୂଳାରେ ସିଆର୍‌ପିଏଫ୍‌ର ନାକା ପାର୍ଟି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ୩ ଯବାନ। ଆଉ ଏହାର ଠିକ୍‌ ଦେଢଘଣ୍ଟା ପରେ ସେନା ଏହାର ପ୍ରତିଶୋଧ ନେଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରି ରହି ସେନା ସର୍ଚ୍ଚ ଅପରେଶନ ଜାରି କରିଥିଲା। ଆଉ ଦେଢଘଣ୍ଟା ପରେ ସେଠାରେ ଥିବା ୩ ଆତଙ୍କବାଦୀଙ୍କୁ ସେନା ମାରି ଦେଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଙ୍ଗଠନର ବୋଲି ଜଣାପଡିଛି। ଭାରତୀୟ ସୁରକ୍ଷାକର୍ମୀଙ୍କୁ ମିଳିଥିବା ସୂଚନା ମୁତାବକ ସେମାନେ ଏହି ସର୍ଚ୍ଚ ଅପରେଶନ ଜାରି କରିଥିଲେ। ଆଉ ଶେଷରେ ସେମାନେ ଏଥିରେ ସଫଳ ମଧ୍ୟ ହୋଇଛନ୍ତି।

Share