Categories: ଜାତୀୟ

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ‘ପ୍ରଳୟ’…

ନୂଆଦିଲ୍ଲୀ,୧୮।୯ : ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଗୋଟିଏ ରେଜିମେଣ୍ଟ ଅଧିଗ୍ରହଣକୁ ଅନୁମୋଦନ କରିଛି। ଏହାକୁ ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ କରାଯିବ। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ହୋଇଥିବା ବୈଠକରେ ସେନାର ସାମରିକ ସାମର୍ଥ୍ୟରେ ଅଧିକ ଶକ୍ତି ଯୋଗ କରିବାର ନିଷ୍ପତ୍ତି ନିଆଯାଇଛି। ଏହା ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ ।

ସେନାବାହିନୀର ଅସ୍ତ୍ରାଗାରରେ ‘ପ୍ରଳୟ’ ଭୂପୃଷ୍ଠରୁ ଭୂପୃଷ୍ଠ କୁ ଉତକ୍ଷେପଣ କରାଯାଉଥିବା କ୍ଷେପଣାସ୍ତ୍ର ହେବ। ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ସହିତ ‘ପ୍ରଳୟ’ ଭାରତର ରକେଟ ଫୋର୍ସର ଆଧାର ହେବ। ରଣନୀତି ଉଦ୍ଦେଶ୍ୟରେ ଉଭୟ ଚାଇନା ଏବଂ ପାକିସ୍ତାନ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିୟୋଜିତ କରିସାରିଛନ୍ତି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ସାମରିକ ଆବଶ୍ୟକତା ଅନୁଯାୟୀ ଏହି ପରିସରକୁ ଆହୁରି ବୃଦ୍ଧି କରିବାକୁ ସ୍ଥିର କରାଯାଇଛି।

ଏହି କ୍ଷେପଣାସ୍ତ୍ର ଅଧିଗ୍ରହଣ ପାଇଁ ଭାରତୀୟ ବାୟୁସେନାକୁ ଦିଆଯାଇଥିବା ସମାନ ଅନୁମୋଦନ ପରେ ଏହି କ୍ରୟ କରାଯାଇଛି।

‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପରିସର ୧୫୦ ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ। ଏହା ୩୫୦ କିଲୋଗ୍ରାମରୁ ୭୦୦ କିଲୋଗ୍ରାମ ପର୍ଯ୍ୟନ୍ତ ମାରାତ୍ମକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ।

Share