Categories: ଜାତୀୟ

ପାକିସ୍ତାନୀ ସେନା ଅଧିକାରୀଙ୍କ କବରକୁ ସାଇତି ରଖିଛି ଭାରତୀୟ ସେନା

ଶ୍ରୀନଗର,୧୬।୧୦:ଭାରତୀୟ ସେନା ପୁଣି ଏକ ମହାନତାର ପରିଚୟ ଦେଇଛି। ଜମ୍ମୁ-କଶ୍ମୀରର ନୌଗାମ ସେକ୍ଟରରେ ଥିବା ଜଣେ ପାକିସ୍ତାନ ଅଧିକାରୀଙ୍କ କବରର ମରାମତି କାର୍ଯ୍ୟ କରିଛି ଭାରତୀୟ ସେନା। ଶ୍ରୀନଗରେ ଥିବା ଚିନାର କ୍ରପ୍ସ ଉକ୍ତ କବର ଏବଂ ତାହା ନିକଟରେ ଥିବା ଫଳକର ଫଟୋ ଟୁଇଟ କରିଛି। ଏହାର କ୍ୟାପଶନ୍‌ରେ ଲେଖାଯାଇଛି ଯେ ପାକିସ୍ତାନ ସେନାର ସୀତାରା-ଇ-ଜୁରତର ମେଜର ମହମ୍ମଦ ଶବିର ଖାନଙ୍କ ସ୍ମୃତିରେ ଏହା କରାଯାଉଛି। ସେ ୧୯୭୨ ମେ’ ୫ରେ ନୌଗାମ ସେକ୍ଟରରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିଲେ। ଶହୀଦ ଯବାନ ଯେକୌଣସି ଦେଶର ହୁଅନ୍ତୁ ନା କାହିଁକି ସେମାନଙ୍କୁ ସମ୍ମାନ ଏବଂ ଆଦର କରିବା ସମସ୍ତଙ୍କ କର୍ତ୍ତବ୍ୟ। ଭାରତୀୟ ସେନା ଏଥିରେ ବିଶ୍ୱାସ କରେ। ଭାରତୀୟ ସେନା ସାରା ବିଶ୍ୱ ପାଇଁ ଏକ ଉଦାହରଣ ବୋଲ କୁହାଯାଇଛି।

Share