Categories: ଖେଳ

ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ

ନୂଆଦିଲ୍ଲୀ,୨୮।୭: ଭାରତର ପୂର୍ବତନ ମହାନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ନନ୍ଦୁ ନାଟେକର ଭାରତର ପ୍ରଥମ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ, ଅନ୍ତର୍ଜତୀୟ ସ୍ତରରେ ପଦକ ହାସଲ କjରିଥିଲେ। ୧୯୫୬ରେ ସେ ଏହି ଉପଲବ୍ଧି ହାସଲ କରିଥିଲେ। ତାଙ୍କ ପରଲୋକରେ ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ୬ ଥର ନ୍ୟାଶ୍‌ନାଲ୍‌ ଚାମ୍ପିଅନ୍‌ ଆଖ୍ୟା ପାଇଥିଲେ। ୧୯୬୧ରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଏହି ପୁରସ୍କାର ପାଇବାରେ ସେ ଭାରତର ପ୍ରଥମ ଖେଳାଳି ହୋଇଥିଲେ। ପିଲାବେଳୁ ନନ୍ଦୁ ନାଟେକର ଜଣେ କ୍ରିକେଟର୍‌ର ହେବାକୁ ଚାହୁଁଥିଲେ। କିନ୍ତୁ ପରେ ସେ ବ୍ୟାଡ୍‌ମିଣ୍ଟନରେ କ୍ୟାରିୟର୍‌ ଆରମ୍ଭ କରିଥିଲେ।

Share