Categories: ଖେଳ

ଫାଇନାଲ୍‌ରେ ଚାଲିଲାନି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଯାଦୁ: ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୧୯।୧୧: ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ କେଏଲ୍‌ ରାହୁଲ ସର୍ବାଧିକ ୬୬ ରନ୍‌ କରିଥିଲେ। ବିରାଟ କୋହଲି ୫୪, ରୋହିତ ଶର୍ମା ୪୭, ସୂର୍ଯ୍ୟକୁମାର ଯାଦବ ୧୮ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଉଇକେଟ୍‌ ନେଇଥିବାବେଳେ ହେଜେଲଉଡ ଏବଂ ପାଟ କମିନ୍ସ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।
ଭାରତ ପ୍ରଥମ ୧୦ ଓଭରରେ ଧୂଆଁଧାର ୮୦ ରନ ସ୍କୋର ଥିବାବେଳେ ଆରମ୍ଭ କରିଥିଲା, କିନ୍ତୁ ରୋହିତ ଶର୍ମାଙ୍କ ଆଉଟ୍‌ ପରେ ରନ୍‌ର ଗତି ଧିମେଇ ଯାଇଥିଲା। ୧୧ ରୁ ୪୦ ଓଭର ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ କେବଳ ଦୁଇଟି ଚୌକା ମାରିଥିଲା।

Share