Categories: ଖେଳ

ପାକିସ୍ତାନ ବିପକ୍ଷରେ ଫେଲ୍ ମାରିଲା ଭାରତୀୟ ବ୍ୟାଟିଂ ଲାଇନ୍

ନ୍ୟୁୟର୍କ;୯।୬:ଆଜି ଟି-୨୦ ବିଶ୍ୱକପ୍ ୨୦୨୪ର ୧୯ତମ ମ୍ୟାଚ୍ ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଛି। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୧୯ ରନ୍ ରେ ଅଲଆଉଟ୍ ହୋଇଛି।
ଭାରତୀୟ ଦଳ ୧୯ ଓଭରରେ ୧୧୯ ରନ୍ ରେ ସୀମିତ ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବହୁତ ଖରାପ ଥିଲା। ଟପ୍ ଅର୍ଡର, ମଧ୍ୟକ୍ରମ, ସବୁକିଛି ବିଫଳ ହୋଇଥିଲା। ଶେଷ ଓଭରରେ ବ୍ୟାଟ୍ସମ୍ୟାନଙ୍କ କିଛି ରନ୍ ବଳରେ ଭାରତ ୧୧୯ ରନ୍ ରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।
ରୋହିତ ଶର୍ମା ୧୩ ରନ୍, ବିରାଟ କୋହଲି ୪ ରନ୍, ଅକ୍ଷର ପଟେଲ ୨୦ ରନ୍, ସୂର୍ଯ୍ୟକୁମାର ଯାଦବ ୭ ରନ୍, ଶିବମ୍ ଦୁବେ ୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ୍ କରିଥିଲେ। ରବୀନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମ୍‌ରା ଖାତା ଖୋଲି ପାରି ନ ଥିଲେ। ସେହିପରି ଅର୍ଶଦୀପ ସିଂହ ୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ସିରାଜ ୭ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୨ ରନ୍ କରିଥିଲେ। ୩୧ ବଲ୍ ର ଇନିଂସରେ ସେ ୬ଟି ଚୌକା ମାରିଥିଲେ। ନସିମ ଶାହା ଓ ହାରିସ ରଉଫ୍ ୩ଟି ଲେଖାଏ ଉଇକେଟ ନେଇଥିଲେ। ସେହିପରି ମହମ୍ମଦ ଅମୀର ୨ଟି ଉଇକେଟ୍ ନେଇଥିଲେ। ଶାହିନ ଆଫ୍ରିଦିଙ୍କୁ ଗୋଟିଏ ଉଇକେଟ୍ ମିଳିଥିଲା।

Share