Categories: ଖେଳ

ଭାରତୀୟ ବୋଲର ମାଂସ ଖାଉଥିବାରୁ ଭଲ ପ୍ରଦର୍ଶନ କରୁଛନ୍ତି: ଶାହିଦ ଆଫ୍ରିଦ

ଇସଲାମାବାଦ୍‌,୧୦।୧୦: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା। ଏଥର ସେ ଭାରତୀୟ ଖେଳାଳିଙ୍କ ଉପରେ ଏକ ବିବଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତୀୟ ବୋଲର ମାଂସ ଖାଉଥିବାରୁ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି।
ଆଫ୍ରିଦି କହିଛନ୍ତି, ଭାରତର ଜନସଂଖ୍ୟା ୧୪୦ କୋଟି ଏବଂ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରେ ଅନେକ ପରିବର୍ତ୍ତନ ଘଟିଛି। ଏହା ଚମତ୍କାର ଅଟେ। ଏହାପୂର୍ବରୁ ଆମେ ପୂର୍ବରୁ କହୁଥିଲେ ଭଲ ବ୍ୟାଟ୍ସମ୍ୟାନ ସେଠାରୁ (ଭାରତ) ଏବଂ ଭଲ ବୋଲରମାନେ ପାକିସ୍ତାନରୁ ଆସନ୍ତି, କିନ୍ତୁ ତାହା ନୁହେଁ, କାରଣ ଆମର ଉଭୟ ବୋଲର ଏବଂ ବ୍ୟାଟ୍ସମ୍ୟାନ ଭଲ ଥିଲେ। କିନ୍ତୁ ବର୍ତ୍ତମାନ ସେମାନଙ୍କର ବୋଲରମାନେ ମାଂସ ଖାଇବା ଆରମ୍ଭ କରିଛନ୍ତି, ତେଣୁ ସେମାନଙ୍କର ଶକ୍ତି ବୃଦ୍ଧି ପାଇଛି। ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି।
ଆଫ୍ରିଦିଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଅନେକ ଆଲୋଚନା କରୁଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ଅକ୍ଟୋବର ୧୪ରେ ଖେଳାଯିବ। ଏହାକୁ ନେଇ କେବଳ ଭାରତ ଏବଂ ପାକିସ୍ତାନର କ୍ରିକେଟ ପ୍ରଶଂସକ ନୁହେଁ, ସମଗ୍ର ବିଶ୍ୱ ଅପେକ୍ଷା କରିଛି।

Share