Categories: ଖେଳ

ଚାଇନାରେ ୧୭ ଦିନିଆ ଟ୍ରେନିଂ ନେବ ଭାରତୀୟ ବକ୍ସିଂ ଦଳ

ନୂଆଦିଲ୍ଲୀ,୪ା୯: ଏସିଆନ ଗେମ୍ସ ପାଇଁ ଭାରତୀୟ ବକ୍ସିଂ ଦଳ ଚାଇନା ସହର ଉଇସାନ୍‌ରେ ୧୭ ଦିନିଆ ଟ୍ରେନିଂ କ୍ୟାମ୍ପ କରିବ। ଏଥିରେ ଯୋଗଦେବା ପାଇଁ ୧୩ ବକ୍ସର ଏବଂ ୧୧ ସପୋର୍ଟ ଷ୍ଟାଫ୍‌ ରବିବାର ଚାଇନା ଗସ୍ତ କରିଛନ୍ତି। ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

କ୍ୟାମ୍ପ ସେପ୍ଟେମ୍ବର ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ଦଳ ଏସିଆନ ଗେମ୍ସରେ ଭାଗ ନେବା ଲାଗି ହାଙ୍ଗ୍‌ଝୋ ଗସ୍ତ କରିବ ବୋଲି ବିଏଫ୍‌ଆଇ ପକ୍ଷରୁ କୁହାଯାଇଛି।

Share