Categories: ଖେଳ

ଟି-୨୦ ଟିମକୁ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ରୋହିତ ଶର୍ମା

ନୂଆଦିଲ୍ଲୀ,୮।୮: ବର୍ତ୍ତମାନର ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୦୨୪ରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି -୨୦ ବିଶ୍ୱକପ ମାଧ୍ୟମରେ ଟି-୨୦ଇଣ୍ଟରନ୍ୟାଶନାଲରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ କିଛି ଭାରତୀୟ ତାରକା ଖେଳାଳି କିଛି ସମୟ ପାଇଁ ଟି -୨୦ଦଳରୁ ଦୂରରେ ଅଛନ୍ତି। ତେବେ ଷ୍ଟାର ଭାରତୀୟ ଖେଳାଳି ଟି-୨୦କୁ ଫେରିବେ କି ନାହିଁ ସେନେଇ ବିସିସିଆଇ ଏବଂ ଚୟନକର୍ତ୍ତାମାନେ ନିଷ୍ପତ୍ତି ନେବା ବାକି ରହିଛି।

ଅଜିତ ଅଗରକରଙ୍କ ନେତୃତ୍ୱ ଚୟନ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ୨୦୨୩ ଦିନିକିଆ ବିଶ୍ୱକପ ପରେ ରୋହିତ ଶର୍ମାଙ୍କ ସହ ଆଲୋଚନା କରିବେ। ବିସିସିଆଇର ଜଣେ ଅଧିକାରୀ ‘ଇନସାଇଡ ସ୍ପୋର୍ଟ’ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଏହା ହେଉଛି ବିଶ୍ୱକପ ବର୍ଷ ତେଣୁ ରୋହିତ ଏବଂ ବିରାଟ ଦିନିକିଆ ଉପରେ ଧ୍ୟାନ ଦେଉଛନ୍ତି। ସେ ଟି -୨୦କିମ୍ବା ଟି -୨୦ବିଶ୍ୱକପ ଖେଳିବେ କି ନାହିଁ ଆଲୋଚନା କରିବାର ସମୟ ନୁହେଁ।

Share