Categories: ଖେଳ

ଭାରତୀୟ ଅଧିନାୟକଙ୍କ ‘ସ୍ପେଶାଲ୍‌ ଫଟୋଶୁଟ୍‌’: ଭାଇରାଲ ହେଉଛି ଫଟୋ

ଡର୍ବାନ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନର କିଙ୍ଗ୍ସମିଡ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦେଖିବାକୁ ମିଳିଛି।
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ଫଟୋ ସେଶନରେ ଦେଖିବାକୁ ମିଳିଥିଲା। ଏହି ଫଟୋରେ ସୂର୍ଯ୍ୟକୁମାର ଯାଦବ ଏକ ରିକ୍ସା ଉପରେ ବସିଛନ୍ତି।  ସୂର୍ଯ୍ୟକୁମାରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହାପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଛି। ଏଥି ସହିତ ବର୍ତ୍ତମାନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିବାକୁ ନଜର ରଖିଛି। ସୂଚନାଯୋଗ୍ୟ ଯେ, ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ଟି-୨୦ ମ୍ୟାଚ ସିରିଜର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ। ଏହା ପରେ ଦ୍ୱିତୀୟ ଟି-୨୦ ଡିସେମ୍ବର ୧୨ରେ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। ଏହି ସିରିଜର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଡିସେମ୍ବର ୧୪ରେ ଜୋହାନ୍ସବର୍ଗରେ ଖେଳାଯିବ।

Share