୧୦୮ ବର୍ଷରେ ଭାରତୀୟ ସିନେମା: ପ୍ରଥମ ଫିଲ୍ମ ବିଷୟରେ ରୋଚକ ତଥ୍ୟ ଜାଣନ୍ତୁ

ଆଜି ହିନ୍ଦୀ ସିନେମାକୁ ଆଜି ୧୦୮ ବର୍ଷ ପୂରିଛି। ପ୍ରଥମ ଭାରତୀୟ ଫିଚର ଚଳଚ୍ଚିତ୍ର ରାଜା ହରିଶ୍ଚନ୍ଦ୍ର ୧୯୧୩ ମସିହାରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା। ସେବେଠାରୁ ସିନେମାରେ ଅନେକ ପରିବର୍ତ୍ତନ ଆସିଛି। ଲଣ୍ଡନରୁ ଫେରିବା ପରେ ଦାଦା ସାହେବ ଫାଲକେ ‘ରାଜା ହରିଶ୍ଚନ୍ଦ୍ର’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହାପୂର୍ବରୁ ଭାରତୀୟ ଲୋକଙ୍କ ସିନେମା ସହ କୌଣସି ସମ୍ପର୍କ ନ ଥିଲା। ରାଜା ହରିଶ୍ଚନ୍ଦ୍ରକୁ ଭାରତର ପ୍ରଥମ ଚଳଚ୍ଚିତ୍ର ବୋଲି କୁହାଯାଉଛି।
‘ରାଜା ହରିଶ୍ଚନ୍ଦ୍ର’ ଏକ ନିର୍ବାକ ଚଳଚ୍ଚିତ୍ର ଥିଲା। ଏଥିରେ କାହାଣୀକୁ ଅଙ୍ଗଭଙ୍ଗୀରେ କୁହାଯାଇଥିଲା। ବ୍ରିଟିଶମାନଙ୍କ ସହ ଲଢିବା ପାଇଁ ଦାଦାସାହେବ ଫାଲକେ ମଧ୍ୟ ଏହି ଚଳଚ୍ଚିତ୍ରର କାହାଣୀର ମୂଳଦୁଆ ପକାଇଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ଥିଲା ରାଜା ହରିଶ୍ଚନ୍ଦ୍ରଙ୍କ ମହାନତା। ଜଣେ ସାଧୁ ତାଙ୍କୁ ପ୍ରତାରଣା କରି ସିଂହାସନକୁ ଛଡେଇ ନେଇଯାଏ। ରାଜା ହରିଶ୍ଚନ୍ଦ୍ରଙ୍କୁ ଭାରତ ଦେଶର ବୋଲି ସମ୍ବୋଧିତ କରାଯାଇଥିଲା। ବିଶ୍ୱାସ କରାଯାଏ ଯେ, ସମ୍ପୃକ୍ତଙ୍କୁ ବ୍ରିଟିଶମାନଙ୍କ ସହିତ ତୁଳନା କରାଯାଇଥିଲା। ସେତେବେଳେ ଦାଦା ସାହେବ ଫାଲକେଙ୍କ ‘ରାଜା ହରିଶ୍ଚନ୍ଦ୍ର’ର ବଜେଟ ୧୫ ହଜାର ଟଙ୍କା ଥିଲା। ଏହି ଚଳଚ୍ଚିତ୍ରରେ କୌଣସି ମହିଳା ଅଭିନୟ ନ ଥିଲେ। ଏହି ଚଳଚ୍ଚିତ୍ରରେ ତାରାମତିି ନାମକ ରାଣୀ ଭୂମିକାରେ ଆନ୍ନା ସାଲଙ୍କେ ଅଭିନୟ କରିଥିଲେ। ନିର୍ଦ୍ଦେଶକ ଦାଦା ସାହେବ ଫାଲକେ ଫିଲ୍ମର ଅଭିନେତ୍ରୀଙ୍କୁ ଖୋଜିବା ପାଇଁ ରେଡ ଲାଇଟ ଅଞ୍ଚଳକୁ ଯାଇଥିଲେ। ଏହି ସିନେମାରେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ଡି ଡି ଦାବକେ ଅଭିନୟ କରିଥିଲେ।

Share