କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ ଶିବପୂଜନ ଯାଦବ(୪୫)।ସେ ମୋତିହାରୀ ଛଉଦାଦାନୋ ନିବାସୀ ଅଟନ୍ତି।
ତାଙ୍କୁ ମହାଗଡ଼ିମାଇ ପୌରସଂସ୍ଥାରେ ଗୁଳି ଚଳାଇଥିବା ପୋଲିସ କହିଛି। ଦୁଇଟି ବାଇକ୍ରେ ଯାଉଥିବା ୫ ଜଣ ଶନିବାର ଶିବପୂଜନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।
ଘଟଣା ପରେ ତୁରନ୍ତ ଶିବଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଜଣେ ସନ୍ଦିଗ୍ଧଙ୍କୁ ରବିବାର ଗିରଫ କରିଥିବା ସୂଚନା ମିଳିଛି।