Categories: ଜାତୀୟ

୧୭ ବର୍ଷ ବୟସରେ ଭୋଟ ପରିଚୟପତ୍ର ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୨୮।୭: ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଭୋଟର ତାଲିକାରେ ନିଜ ନାଁ ପଞ୍ଜୀକରଣ କରିବାକୁ ଆଉ ଅପେକ୍ଷା କରିବାକୁ ପଡ଼ିବନାହିଁ। ଯାହାଙ୍କ ବୟସ ୧୭ ବର୍ଷ ହୋଇସାରିଛି, ସେମାନେ ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ। ଭାରତୀୟ ନିର୍ବାଚନ କମିଶନ ଗୁରୁବାର ଏହି ଘୋଷଣା କରିଛନ୍ତି। ଏଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନୂଆ ନିୟମ ଅନୁଯାୟୀ, ଏଣିକି ବର୍ଷକୁ ୪ ଥର ଭୋଟର ତାଲିକା ଅପ୍‌ଡେଟ ହୋଇପାରିବ। ଜାନୁୟାରୀ ପହିଲା, ଏପ୍ରିଲ ପହିଲା, ଜୁଲାଇ ପହିଲା ଏବଂ ଅକ୍ଟୋବର ପହିଲାରେ ଭୋଟର ପରିଚୟପତ୍ର ଅପ୍‌ଡେଟ କରିହେବ।

Share