Categories: ଜାତୀୟ

ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ,୧୯।୧୦: ୟୁକ୍ରେନରେ ଥିବା ଏହାର ନାଗରିକଙ୍କ ପାଇଁ ପରାମର୍ଶ ଜାରି କରିଛି ଭାରତ। ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ସୁରକ୍ଷା ଅବସ୍ଥା ଖରାପ ହେବା ଏବଂ ୟୁକ୍ରେନରେ ସମ୍ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ୟୁକ୍ରେନରେ ଛାତ୍ରଙ୍କ ସମେତ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ଶୀଘ୍ର ୟୁକ୍ରେନ ଛାଡିବାକୁ ପରାମର୍ଶ ଦିଆଯାଇଛି।

 

Share