ବିଦେଶରେ ଟିକା ନେଇଥିବା ଭାରତୀୟ ନାଗରିକ ଓଡ଼ିଶାରେ ନେଇପାରିବେ ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ଦେଶ ବାହାରେ କୋଭିଶିଲ୍ଡ କିମ୍ବା ଆଷ୍ଟ୍ରା ଜେନିକା କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ଯେ କୌଣସି ଭାରତୀୟ ନାଗରିକ ଓଡ଼ିଶାରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଏ ନେଇ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ପ୍ରଥମ ଡୋଜ୍‌ ଗ୍ରହଣ କରିବାର ୧୨-୧୬ ସପ୍ତାହ ମଧ୍ୟରେ ଉକ୍ତ ନାଗରିକଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଓଡ଼ିଶାରେ ଟିକାକରଣର ଦ୍ୱିତୀୟ ଡୋଜ୍‌ ନେବା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପଞ୍ଜୀକରଣ କରିବେ ଓ ସେହି ଆପ୍‌ରେ ପ୍ରଥମ ଡୋଜ୍‌ର ବିବରଣୀ ତଥ୍ୟ ଦାଖଲ କରାଯିବ।

Share