Categories: ଜାତୀୟ

୩ ବର୍ଷରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାଡ଼ିଛନ୍ତି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ,୧୯।୭ : ଗତ ୨୦୧୯ରୁ ୨୦୨୧ ମଧ୍ୟରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି। ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଭଳି କହିଛନ୍ତି । ସେ କହିଛନ୍ତି ଯେ ୨୦୧୯, ୨୦୨୦, ୨୦୨୧ ଆଦି ଗତ ୩ ବର୍ଷ ମଧ୍ୟରେ ଭାରତୀୟ ନାଗରିକତ୍ୱ ଛାଡିଥିବା ଭାରତୀୟଙ୍କ ସଂଖ୍ୟା ଯଥାକ୍ରମେ ୧୪୪୦୧୭, ୮୫୨୫୬, ଏବଂ ୧୬୩୩୭୦ ରହିଛି।

ଅର୍ଥାତ୍‌ ଏହି ତିନି ବର୍ଷରେ ସମୁଦାୟ ୩,୯୨,୬୪୩ ଜଣ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି।

Share