Categories: ଜାତୀୟ

ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ

କାଠମାଣ୍ଡୁ,୬।୫: ହିମାଳୟର କାଞ୍ଚନଜଙ୍ଘା ଶୃଙ୍ଗ ନିକଟରେ ଜଣେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ହିମାଳୟ ଆରୋହଣ ଋତୁରେ ଏହା ତୃତୀୟ ମୃତ୍ୟୁ ଘଟଣା। ବିଶ୍ୱର ତୃତୀୟ ସର୍ବୋଚ୍ଚ ଗିରିଶୃଙ୍ଗ କାଞ୍ଚନଜଙ୍ଘା ନିକଟ ତଥା ୮,୨୦୦ ମିଟର ଉଚ୍ଚରେ ନାରାୟଣନ ଆୟେର (୫୨)ଙ୍କର ଗୁରୁବାର ମୃତ୍ୟୁ ହୋଇଛି। ସେ ଅନ୍ୟମାନଙ୍କ ଅପେକ୍ଷା ଧୀର ଗତିରେ ଅଗ୍ରସର ହେଉଥିବାରୁ ତାଙ୍କୁ ଦୁଇ ଜଣ ସହାୟକ ଦିଆଯାଇଥିଲା। ତେବେ ସେ ଅବଶ ହୋଇପଡ଼ି ଆଉ ଆଗକୁ ଆଗେଇ ପାରି ନ ଥିଲେ। ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା ବୋଲି ଦୁଃସାହସିକ ଅଭିଯାନ ଆୟୋଜନକାରୀ କମ୍ପାନୀ ପାଓନିୟର ଆଡଭେଞ୍ଚରର ନିବେଶ କର୍କି କହିଛନ୍ତି। ୮,୫୮୬ ମିଟର ଉଚ୍ଚତା ବିଶିଷ୍ଟ କାଞ୍ଚନଜଙ୍ଘାରେ ଆରୋହଣ ଲାଗି ନେପାଳ ସରକାର ୬୮ ବିଦେଶୀଙ୍କୁ ଅନୁମତି ପ୍ରଦାନ କରିଥିଲେ।

Share