Categories: ଖେଳ

କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ

ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ। କାରଣ ଗତ ୨ ବର୍ଷ ହେବ ବିରାଟଙ୍କ ବ୍ୟାଟ୍‌ରୁ ଗୋଟିଏ ଶତକ ଆସିନାହିଁ। ତେଣୁ ପ୍ରଶଂସକ ତାଙ୍କଠାରୁ ଏକ ଶତକ ଆଶା ରଖିଛନ୍ତି। କିନ୍ତୁ ଟିମ ଇଣ୍ଡିଆର କୋଚ ରାହୁଲ ଦ୍ରାବିଡ ବିରାଟଙ୍କଠାରୁ ଆଉ କିଛି ଚାହୁଁଛନ୍ତି।
ଦ୍ରାବିଡ କହିଛନ୍ତି ଯେ, ମୁଁ କୋହଲିଙ୍କ ଠାରୁ ମ୍ୟାଚ୍‌ ବିଜୟୀ ଇନିଂସ ଚାହୁଁଛି। ଶତକ ଉପରେ ଗୁରୁତ୍ୱ ସର୍ବଦା ରହିବା ଉଚିତ ନୁହେଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପଟାଉନରେ ସେ ୭୯ ରନ୍‌ କରିଥିଲେ। ଯଦିଓ ସେ ଶତକ ମାରି ନ ଥିଲେ କିନ୍ତୁ ଏହା ଏକ ଭଲ ଇନିଂସ ଥିଲା। ଜଣେ କୋଚ ଦୃଷ୍ଟିକୋଣରୁ ମ୍ୟାଚ୍‌ ବିଜୟୀ ଇନିଂସ ଚାହୁଁଛି। ଏହା ୫୦ କିମ୍ବା ୬୦ ରନ ହେଉ ଚଳିବ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ ଜୁଲାଇ ୧ ରୁ ୫ ପର୍ଯ୍ୟନ୍ତ ଏଜବାଷ୍ଟନ ଠାରେ ଖେଳାଯିବ। ଏହି ମ୍ୟାଚ ଗତ ବର୍ଷ ଅନୁଷ୍ଠିତ ଟେଷ୍ଟ ସିରିଜର ଏକ ଅଂଶ। ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ଟିମ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ଟେଷ୍ଟ ସିରିଜ ଖେଳୁଥିଲା। ତା’ପରେ କରୋନା କାରଣରୁ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହୋଇପାରି ନ ଥିଲା। ଚାରିଟି ଟେଷ୍ଟ ପାଇଁ ଭାରତ ୨-୧ରେ ଆଗୁଆ ରହିଛି।

Share