Categories: ଜାତୀୟ

ଚାଇନା ନାଗରିକଙ୍କ ଜୀବନ ବଞ୍ଚାଇଲେ ଭାରତୀୟ କୋଷ୍ଟଗାର୍ଡ

ମୁମ୍ବାଇ,୧୭।୮: ସବୁ ଦେଶକୁ ସାହାର୍ଯ୍ୟ କରି ଭାରତ ବିଶ୍ୱରେ ନିଜକୁ ପରିଚିତ କରାଇଛି। ତେବେ ପୁଣି ଏହାର ଏକ ନମୁନା ଦେଖିବାକୁ ମିଳିଛି। ଭାରତୀୟ ତଟରକ୍ଷୀ ବାହିନୀ ବିଦେଶୀ ଜାହାଜରେ ଥିବା ଜଣେ ଗୁରୁତର ରୋଗୀ ଜରୁରୀକାଳୀନ ଭିତ୍ତିରେ ଉଦ୍ଧାର କରିଛି।

ସୂଚନାଯୋଗ୍ୟ, ଚାଇନାରୁ ପାନାମା ପତାକା ବିଶିଷ୍ଟ ଅନୁସନ୍ଧାନ ଜାହାଜ ଏମ.ଭି ଡୋଙ୍ଗ ଫାଙ୍ଗ କାନ ଟାନ ନମ୍ବର ୨ ଆରବ ଏମିରାତକୁ ଯାଉଥିଲା। ତେବେ ସେଥିରେ ଥିବା ଜଣେ ଚାଇନାର ନାଗରିକ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ସୂଚନା ଭାରତୀୟ ତଟରକ୍ଷୀ ବାହିନୀକୁ ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ତୁରନ୍ତ ଭାରତୀୟ ତଟରକ୍ଷୀ ବାହିନୀ ସେଠାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ତାଙ୍କୁ ସେଠାରୁ ବାହାର କରିଥିଲେ।

ତଟରକ୍ଷୀ ବାହିନୀ ପ୍ରାୟ ୨୦୦ କିଲୋମିଟର ଦୂରରେ ଜାହାଜରୁ ଚାଇନା ନାଗରିକଙ୍କୁ ଉଦ୍ଧାର କରିଛି। ସେହିପରି କିଛି ଦିନ ପୂର୍ବରୁ, ଭାରତୀୟ ତଟରକ୍ଷୀ ବାହିନୀ ଖରାପ ପାଗ ସତ୍ତ୍ୱେ କେରଳ ଉପକୂଳରେ ଥିବା ଏକ ବିଦେଶୀ ଜାହାଜରୁ ଗୁରୁତର ଭାବେ ଅସୁସ୍ଥ ନାବିକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

Share