ଭାରତୀୟ ସମ୍ବିଧାନ ଓ ରାଷ୍ଟ୍ରୀୟ ଏକତା

ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର

ରତ ଏକ ପୁରାତନ ସଭ୍ୟତା, କିନ୍ତୁ ଗୋଟିଏ ନୂତନ ଦେଶ। ସମଗ୍ର ବିଶ୍ୱରେ ଏହା ସର୍ବବୃହତ୍‌ ଗଣତନ୍ତ୍ର।
ଜନସଂଖ୍ୟା ଦୃଷ୍ଟିରୁ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ। ପୌରାଣିକ ଯୁଗରୁ ଭାରତ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ସହବନ୍ଧିତ। ଏହାକୁ ଗଣତନ୍ତ୍ରର ଅନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହଁି। ଆଧୁନିକ ଜନମଙ୍ଗଳ ରାଷ୍ଟ୍ରର ବୀଜବପନ ମୌର୍ଯ୍ୟ ଶାସନ ସମୟରେ ଭାରତରେ ହୋଇଥିଲା। ଜନସମ୍ପର୍କ ଓ ପ୍ରସାରଣ କାର୍ଯ୍ୟକ୍ରମ ସମ୍ରାଟ ଅଶୋକ ଐତିହାସିକ କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧଧର୍ମ ପ୍ରଚାର କାର୍ଯ୍ୟରୁ ଭାରତ ଭୂମିରେ ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ଭାରତ ଭ୍ରମଣରେ ଆସିଥିବା ବିଦେଶୀ ପରିବ୍ରାଜକମାନେ ତାଙ୍କ ବିବରଣୀରେ ଭାରତୀୟ ଐତିହ୍ୟ, ସଂସ୍କୃତି ଓ ମୂଲ୍ୟବୋଧକୁ ଉଚ୍ଚ ପ୍ରଶଂସା କରିଛନ୍ତି। କିନ୍ତୁ ବିଦେଶୀଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ ମଧ୍ୟପ୍ରାଚ୍ୟର ମୁସ୍‌ଲିମ, ମୋଗଲ ଓ ପରେ ବ୍ରିଟିଶ ଶାସନ ଅଧୀନରେ ବହୁ ଶତାବ୍ଦୀ ଧରି ଭାରତ ରହିଥିଲା। ବସ୍ତୁତଃ ୧୯୦ ବର୍ଷ ଏହା ବ୍ରିଟିଶ କର୍ତ୍ତୃତ୍ୱ ଅଧୀନରେ ରହିଲା। ୧୮୫୭ର ପ୍ରଥମ ସ୍ବାଧୀନତା ଆନ୍ଦୋଳନ ପରେ ବ୍ରିଟିଶ ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ଶାସନ ଭାର କାଢ଼ିଦେଇ ନିଜ ହାତରେ ରଖିଲେ ଓ ଭାରତୀୟମାନେ ଗଣତନ୍ତ୍ର ଶାସନାଧୀନ ଥିବା ଗ୍ରେଟ୍‌ବ୍ରିଟେନଠାରୁ ଅନୁରୂପ ସୁବିଧା ଓ ସହଯୋଗ ନ ପାଇ ଜାତୀୟ ଆନ୍ଦୋଳନର ପ୍ରକ୍ରିୟା ଆରମ୍ଭ କରିଥିଲେ। ସ୍ବରାଜ ପାଇଁ ଦିଗ୍‌ଦର୍ଶନ ଦେଇଥିଲେ ଓ ବ୍ରିଟିଶ ଔପନିବେଶିକ ସରକାର ସଂସ୍କାର ଆଣିବାକୁ ବାଧ୍ୟ ହୋଇଥିଲେ। ବିଂଶ ଶତାବ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ଗଣତନ୍ତ୍ରର ସୁରକ୍ଷା ପାଇଁ ହୋଇଥିଲା ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାରତ ଔପନିବେଶିକ ବ୍ୟବସ୍ଥାର ଅନ୍ତ କରାଇ ପ୍ରଥମେ ସ୍ବାଧୀନରାଷ୍ଟ୍ର ହେଲା। ବିଶ୍ୱରେ ଏହାର ସ୍ବାଧୀନତା ସଂଗ୍ରାମ ବିରଳ ଓ ଅହିଂସା ମାର୍ଗରେ ସ୍ବାଧୀନତା ହାସଲ କରିବା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ।
ଭାରତ ସ୍ବାଧୀନ ହେବା ପୂର୍ବରୁ କ୍ଷମତା ହସ୍ତାନ୍ତର ଓ ଭବିଷ୍ୟତର ଶାସନ ପ୍ରଣାଳୀ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କ୍ୟାବିନେଟ ମିଶନଙ୍କ ପରାମର୍ଶକ୍ରମେ ସମ୍ବିଧାନ ପ୍ରଣୟନ ସଭା ଗଠନ ହେଲା। ମୁସ୍‌ଲିମ ଲିଗ୍‌ର ଅସହଯୋଗ ସତ୍ତ୍ୱେ ଏହି ସଭା ୯ ଡିସେମ୍ବର ୧୯୪୬ ମସିହାରୁ ତାହାର କାର୍ଯ୍ୟ ଆରମ୍ଭ କରିଥିଲା। ଦେଶ ସ୍ବାଧୀନ ହେବା ପରେ ଏହି ସଭାଟି ଉଭୟ ସମ୍ବିଧାନ ପ୍ରଣୟନ ଓ ଦେଶର ନୀତି ନିର୍ଦ୍ଧାରଣ ପାଇଁ ପ୍ରୋଭିଜନାଲ ପାର୍ଲାମେଣ୍ଟ ହିସାବରେ ଶାସନ କାର୍ଯ୍ୟ ପରିଚାଳନା କରିଲା।
ଦେଶ ସ୍ବାଧୀନ ହେବା ସମୟରେ ବିଶ୍ୱର ରାଜନୈତିକ ସ୍ଥିତି ଓ ଭାରତ ଉପମହାଦେଶର ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ସାଂସ୍କୃତିକ ଅବସ୍ଥା ସମ୍ବିଧାନ ପ୍ରଣେତାଙ୍କ ନିକଟରେ ବିଶେଷ ଆହ୍ବାନ ଥିଲା ା ଉପନିବେଶ ଶକ୍ତି ହିନ୍ଦୁ ଓ ମୁସଲମାନଙ୍କ ୧୮୫୭ ମସିହା ସମୟର ଏକତାକୁ ସହ୍ୟ କରିପାରିନଥିଲେ ା ଫଳରେ ୧୮୬୭ର ସରକାରୀ ଭାଷା ନୀତି ଓ ଧର୍ମ ନାମରେ ବଙ୍ଗ ବିଭାଜନ ପ୍ରକ୍ରିୟା ଦ୍ୱାରା ବୃହତ୍‌ ବିଭାଜନର ମୂଳଦୁଆ ପକାଇଥିଲେ ା ତେଣୁ ଧର୍ମ ଓ ଜାତି ଦୁଇଗୋଟି ପୁରାତନ ସାମାଜିକ ଅନୁଷ୍ଠାନ ନୂତନ ଚିନ୍ତାଧାରା ସୃଷ୍ଟି ନିମନ୍ତେ ସମ୍ବିଧାନ ପ୍ରଣେତାଙ୍କୁ ପ୍ରଭାବିତ କରିଥିଲା। ଦେଶ ବିଭାଜନ ସମୟରେ ସାମ୍ପ୍ରଦାୟିକ ହିଂସା, ଅନଗ୍ରସରତା, ନୂ୍ୟନ ସ୍ବାକ୍ଷରତା ହାର, ରାଜନୈତିକ ଶିକ୍ଷାର ଅଭାବ ଓ ଆନ୍ତର୍ଜାତିକ ସ୍ତରରେ ଅସ୍ବାଭାବିକ ସ୍ଥିତି ପ୍ରଭୃତି ନୂତନ ଚିନ୍ତାଧାରା ସୃଷ୍ଟି କରିବାକୁ ସାହାଯ୍ୟ କଲା ା ଆମ ସଭ୍ୟତାର ବହୁ ପୁରାତନ ବିଭବ ହିସାବରେ ସହଯୋଗ, ସହନଶୀଳତା ଓ ସହଭାଗିତାକୁ ଆଧାର କରି ସେମାନେ ୨ ବର୍ଷ ୧୧ ମାସ ମଧ୍ୟରେ ବିଶ୍ୱର ବୃହତ୍‌ ସମ୍ବିଧାନର ପରିକଳ୍ପନା କରିଥିଲେ। ଏଥିପାଇଁ ବିଶ୍ୱର ପ୍ରଥମ ଲିଖିତ ସମ୍ବିଧାନ (ଆମେରିକା ଯୁକ୍ତରାଷ୍ଟ୍ରର), ୧୮୬୭ର କାନାଡା ସମ୍ବିଧାନ, ୧୯୦୦ର ଅଷ୍ଟ୍ରେଲିଆ ସମ୍ବିିଧାନ ସହ ଜାପାନ, ଆୟର୍ଲାଣ୍ଡ, ବ୍ରିଟିଶ ସଂସଦୀୟ ବ୍ୟବସ୍ଥା ଓ ପରିଶେଷରେ ୧୯୩୫ ମସିହା ଭାରତ ଶାସନ ଆଇନକୁ ମୁଖ୍ୟ ଆଧାର ହିସାବରେ ପ୍ରଣେତାମାନେ ନେଇଥିଲେ। ସାମ୍ପ୍ରତିକ ପରିସ୍ଥିତି, ରାଷ୍ଟ୍ରୀୟ ଏକତା, ସର୍ବଧର୍ମ ସମ୍ଭବ, ସାମାଜିକ ନ୍ୟାୟ, ସମାନତା, ସ୍ବାଧୀନତା ତଥା ଭ୍ରାତୃଭାବ ଭାରତର ସମ୍ବିଧାନ ପ୍ରଣୟନର ପୃଷ୍ଠଭୂମିରେ ପ୍ରମୁଖ ଭୂମିକା ନେଇଥିଲା। ପରିଶେଷରେ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଏହି ଲିଖିତ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ଗୃହୀତ ହେଲା। ୨୨ ଗୋଟି ବିଭାଗ, ୩୯୫ଟି ଧାରା ଓ ୮ଟି ପରିଚ୍ଛେଦକୁ ନେଇ ଏହି ସମ୍ବିଧାନ ପ୍ରସ୍ତୁତ ହୋଇଥିଲା। ବିଶେଷକରି ଭାରତର ସମ୍ବିଧାନ ପ୍ରସ୍ତୁତି ସମୟରେ ଆନ୍ତର୍ଜାତିକ ମାନବିକ ଅଧିକାର ଘୋଷଣାନାମା ହୋଇଥିଲା ା ଏହି ବିଷୟଟି ଭାରତର ସମ୍ବିଧାନର ତୃତୀୟ ଭାଗ (ମୌଳିକ ଅଧିକାର) ଓ ଚତୁର୍ଥ ଭାଗ (ରାଜ୍ୟ ନିର୍ଦ୍ଦେଶାବଳୀ ନୀତି) ପ୍ରସ୍ତୁତିରେ ବିଶେଷ ସହାୟକ ହେଲା ା ମୌଳିକ ଅଧିକାରଟି ନାଗରିକମାନଙ୍କର ଅଧିକାର ଓ ନିର୍ଦ୍ଦେଶାବଳୀ ନୀତି ରାଷ୍ଟ୍ରର କର୍ତ୍ତବ୍ୟକୁ ସାଧାରଣତଃ ବୁଝାଇଥାଏ ା ସମ୍ବିଧାନର ପ୍ରାକ୍‌କଥନ ଓ ମୌଳିକ ଅଧିକାର ତଥା ରାଜ୍ୟର ନିର୍ଦ୍ଦେଶାବଳୀ ନୀତିକୁ ଏକାଠି ଅନୁଧ୍ୟାନ କଲେ ଭାରତ ସମ୍ବିଧାନର ମହନୀୟତା, ବିବିଧତା ମଧ୍ୟରେ ଏକତା ପ୍ରତି ଆହ୍ବାନ, ରାଜନୈତିକ ଓ ସାଂସ୍କୃତିକ ଚିନ୍ତାଧାରାର ସକାରାତ୍ମକ ବିଶ୍ଳେଷଣ ତଥା ନୂତନ ‘ରାଷ୍ଟ୍ରଗଠନ’ ଓ ‘ଦେଶ ଗଠନ’ ନିମନ୍ତେ ନେତା, ନେତୃତ୍ୱ ଓ ନୀତି ପ୍ରଦାନ କରିବାରେ ଏହାର ଭୂମିକା ସ୍ପଷ୍ଟ ଜଣାପଡ଼େ ା
ଏହା ଜବାହରଲାଲ ନେହେରୁଙ୍କ ଉଦାରବାଦୀ ଗଣତନ୍ତ୍ର ଚିନ୍ତାଧାରା, ବ୍ରିଟିଶ ଚକ୍ରାନ୍ତରୁ ସୃଷ୍ଟି ଦେଶ ବିଭାଜନ ସମୟର ଦୁର୍ଦ୍ଦିନକୁ ସଫଳ ମୁକାବିଲା କରିପାରିଥିବା ସର୍ଦ୍ଦାର ପଟେଲ, ସମ୍ବିଧାନକୁ ସାର୍ବଜନୀନ ଓ ବିଶ୍ୱସ୍ତରୀୟ କରିବା ଭୂମିକାରେ ଥିବା ଭୀମରାଓ ଆମ୍ବେଡକର ଓ ସର୍ବୋପରି ଭାରତର ଧର୍ମନିରପେକ୍ଷତାର ନିଦର୍ଶନ ମୌଲାନା ଆଜାଦ, ଦେଶର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଚରିତାର୍ଥ କରିବାକୁ ଓ ଦେଶର ସବୁ ଧର୍ମ, ଜାତି, ଭାଷା ଓ ଅଞ୍ଚଳକୁ ଏକାଠି କରିବାକୁ ସଫଳ ହୋଇପାରିଥିଲା ା ବସ୍ତୁତଃ ବିଭାଜନ ପରେ ‘ରାଷ୍ଟ୍ରଗଠନ’ ପ୍ରାଥମିକତା ପାଇଥିଲା। ସେଥିପାଇଁ ଲୌହମାନବ ସର୍ଦ୍ଦାର ପଟେଲଙ୍କ ଅବଦାନ ଭୁଲି ହେବନାହଁି। ତା’ପରେ ‘ଦେଶ ଗଠନ’ ପ୍ରକ୍ରିୟା ଉଭୟ ପାଶ୍ଚାତ୍ୟ ଓ ପ୍ରାଚ୍ୟର ଅନୁଭୂତିକୁ ପାଥେୟକରି ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା।
ଯଦିଓ ସର୍ଦ୍ଦାର ପଟେଲ ୧୯୫୦ ମସିହା ଡିସେମ୍ବର ୧୫ ତାରିଖରେ ଇହଧାମ ତ୍ୟାଗ କରିଥିଲେ, ଦେଶକୁ ଏକାଠି କରିବା ପାଇଁ ତାଙ୍କର ବଳିଷ୍ଠ ଉଦ୍ୟମ ତଥା ଦୃଢ଼ ପ୍ରଶାସନିକ ଢାଞ୍ଚା ପାଇଁ ତାଙ୍କର ଇଚ୍ଛାଶକ୍ତି ତାଙ୍କ ମହନୀୟତାର ପରିଚୟ ଦିଏ ା ସେହିପରି ଆମ ସମ୍ବିଧାନର ପ୍ରାକ୍‌ କଥନରେ ଏହି ସର୍ବୋଚ୍ଚ ଆଇନକୁ ଆମେ ଆମକୁ ପ୍ରଦାନ କରିଛୁ ଓ ଆମେ ‘ସାର୍ବଭୌମ ଗଣତାନ୍ତ୍ରିକ ପ୍ରଜାତନ୍ତ୍ର’ ବୋଲି ନୀତିଗତ ଭାବରେ ଗ୍ରହଣ କରିବା ସହ ରାଷ୍ଟ୍ରୀୟ ଏକତା ପାଇଁ ସର୍ବନିମ୍ନ ଆବଶ୍ୟକତା ନ୍ୟାୟ, ସମାନତା, ସ୍ବାଧୀନତା ଓ ଭ୍ରାତୃଭାବ ପ୍ରତି ଅଙ୍ଗୀକାରବଦ୍ଧତା ରଖିବା ଲାଗି ବାବା ସାହେବ ଆମ୍ବେଡକରଙ୍କ ପ୍ରଚେଷ୍ଟା ଅତି ଉଚ୍ଚକୋଟୀର ଥିଲା ା
ବିଶ୍ୱର ଏକ ଦୁର୍ଦ୍ଦିନ ସମୟରେ ଯେତେବେଳେ ବିଶ୍ୱଯୁଦ୍ଧର ନିଆଁ ଲିଭିନଥିଲା ଓ ଏକ ଅଜଣା ଶୀତଳଯୁଦ୍ଧର ଆରମ୍ଭ ହୋଇଥିଲା ସେତେବେଳେ ବ୍ରିଟିଶ ଅତ୍ୟାଚାର ଓ ଅନ୍ୟାୟରୁ ମୁକ୍ତି ପାଇ ନୂତନ କରି ସ୍ବାଧୀନ ହୋଇଥିବା ଭାରତ ସାମ୍ପ୍ରଦାୟିକ ସଦ୍‌ଭାବ, ଭ୍ରାତୃଭାବ, ଦୃଢ଼ ଲୋକାଭିମୁଖୀ ଶାସନ, ଜନମଙ୍ଗଳ କାର୍ଯ୍ୟକ୍ରମ, ଦାରିଦ୍ର୍ୟ ଓ ଅନଗ୍ରସରତା ଦୂରୀକରଣ ଇତ୍ୟାଦି ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ କାର୍ଯ୍ୟାନ୍ବିତ କରିବା ନିମନ୍ତେ ସାମାଜିକ, ସାଂସ୍କୃତିକ ତଥା ଅର୍ଥନୈତିକ ସ୍ବାଧୀନତା ଅପେକ୍ଷା ରାଜନୈତିକ ସ୍ବାଧୀନତାକୁ ବେଶିମାତ୍ରାରେ ଉପଭୋଗ କରିବା ପାଇଁ ବ୍ୟଗ୍ର ହେବାରୁ ବିଭିନ୍ନ ସମୟରେ ଏକତା ଲକ୍ଷ୍ୟଭ୍ରଷ୍ଟ ହୋଇଛି।
ରାଷ୍ଟ୍ରୀୟ ଏକତା ପାଇଁ ସୁସ୍ଥ ମାନସିକତାର ଆବଶ୍ୟକତା ଯଥେଷ୍ଟ ପରିମାଣରେ ଦରକାର। ଜାତୀୟ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥକୁ ପ୍ରାଧାନ୍ୟ ଦେଲେ ରାଷ୍ଟ୍ରଗଠନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଆଞ୍ଚଳିକତା, ଜାତିଭେଦ, ଧର୍ମଗତ ବିଭେଦ ଓ ଭାଷା ବିବାଦ ଆମର ସାମଗ୍ରିକ ବିକାଶରେ ଅନ୍ତରାୟ ସାଜିବ। ଦେଶର ସମୃଦ୍ଧି ଦ୍ୱାରା ଆମ ସମସ୍ତଙ୍କର ବିକାଶ ଘଟିବ, ଦାରିଦ୍ର୍ୟ ଦୂର ହେବ, ସାମାଜିକ ସହୃଦୟତା ବୃଦ୍ଧିପାଇବ, ସାଂସ୍କୃତିକ ଚେତନାର ପୁନରୁଦ୍ଧାର ହେବ ଓ ପୁନଶ୍ଚ ଭାରତ ବିଶ୍ୱରେ ଶ୍ରେଷ୍ଠତ୍ୱ ଲାଭ କରିବ । ଏସବୁ କାର୍ଯ୍ୟାନ୍ବିତ କରିବା ନିମନ୍ତେ ଭାରତର ସମ୍ବିଧାନ ଯଥେଷ୍ଟ ଉପାଦାନ ପ୍ରଦାନ କରିଛି।
ଆଜି ସମ୍ବିଧାନ ଦିବସର ଆହ୍ବାନ ହେଉଛି ଯେ, ୭୦ ବର୍ଷ କାଳ ବିଶ୍ୱର ସର୍ବବୃହତ୍‌ ଓ ସର୍ବଜନବିଦିତ ଏହି ସର୍ବୋଚ୍ଚ ଆଇନ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ ଆଦି ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଯାଇ ଉଭୟ ରାଷ୍ଟ୍ର ଗଠନ ଓ ଦେଶ ଗଠନ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ ହେବା ପାଇଁ ପ୍ରେରିତ କରୁ। ଏହା କୌଣସି ବ୍ୟକ୍ତିବିଶେଷ ବା ରାଜନୈତିକ ଶକ୍ତିର କର୍ତ୍ତବ୍ୟ ବୋଲି ବିବେଚନା କରିବା ଅନୁଚିତ। ଆଜି ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିବା ପାଇଁ ଭାରତ ସରକାର ରାଜ୍ୟ-ରାଜ୍ୟ, ଭାଷା-ଭାଷା, ଅଞ୍ଚଳ-ଅଞ୍ଚଳ ମଧ୍ୟରେ ଦୂରତା ହ୍ରାସ କରିବାକୁ ବହୁ ମାର୍ଗଦର୍ଶିକା ପ୍ରଦାନ କରିଛନ୍ତି। ଏଥିପ୍ରତି ଧ୍ୟାନ ଦେବା ଓ ଏହାକୁ କାର୍ଯ୍ୟରେ ଲଗାଇବା ହଁି ଆଜିର ଆହ୍ବାନ। ଭାରତ କେବଳ ଗୋଟିଏ ଜନରାଜ୍ୟ ନୁହେଁ, ଏହା ଏକ ସଫଳ ଗଣତନ୍ତ୍ର ଓ ବିବିଧତା ମଧ୍ୟରେ ଏକତା ରଖୁଥିବା ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri