ବିବାହ କିମ୍ବା ନିର୍ବନ୍ଧ ଇଭେଣ୍ଟକୁ ଗ୍ରାଣ୍ଡ ସେଲିବ୍ରେଶନ କରିବାକୁ ଆଜିର ଯୁବପିଢି ନୂଆ ନୂଆ ରାସ୍ତା ଆପଣାଉଛନ୍ତି। ବିବାହରେ ଏଥର ବିଭିନ୍ନ ପ୍ରକାର ଥିମ ରଖାଯିବା ସହ କପୁଲଙ୍କ ଗ୍ରାଣ୍ଡ ଏଣ୍ଟ୍ରି ମଧ୍ୟ କରାଯାଉଛି। ସେଲିବେଶ୍ରନକୁ ୟୁନିକ କରିବାକୁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ନିକଟରେ ନିର୍ବନ୍ଧ ଏକ ଭିଡିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଭିଡିଓରେ ଦେଖାଯାଇଛି କି, କାର୍ଯ୍ୟକ୍ରମରେ ସ୍ବାଗତ କରୁଥିବା ଯୁବତୀ ଶୂନ୍ୟରେ ଝୁଲୁଛନ୍ତି। ସେମାନଙ୍କ ହାତରେ ଗୋଟିଏ ଗୋଟିଏ ପୂଜା ଥାଳି ଅଛି। ଧଳା ଡ୍ରେସ ପିନ୍ଧିଥିବର ଏହି ଯୁବତୀମାନେ ତଳକୁ ଓହ୍ଲାଇବା ସମୟରେ ଅତି ବିପଜ୍ଜନକ ଭାବେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରୁଛନ୍ତି। ସ୍ବର୍ଗ ଥିମ ଅନୁସାରେ ସେମାନେ ଦେବଦୂତର ଅଭିନୟ କରୁଛନ୍ତି। ସେମାନଙ୍କ ଥାଳିରେ ବର-କନ୍ୟାଙ୍କ ନିର୍ବନ୍ଧ ଆଙ୍ଗୁଠି ରହିଛି। କାର୍ଯ୍ୟକ୍ରମର ସବୁ ଜିନିଷକୁ ସ୍ବର୍ଗ ପରି ସଜ୍ଜାଯାଇଛି ଯାହାଦ୍ୱାରା ବର-କନ୍ୟା ସ୍ପେଶିଆଲ ଅନୁଭବ କରିପାରିବେ।
ଭିଡିଓଟି ଖୁବ୍ ଭାଇରାଲ ହୋଇଥିବାବେଳେ ଯୁବତୀଙ୍କୁ ଏହିପରି ଶୂନ୍ୟରେ ଝୁଲେଇ ରଖିବାକୁ ଲୋକେ ନାପସନ୍ଦ କରିଛନ୍ତି। ଇଭେଣ୍ଟକୁ ସ୍ପେଶିଆଲ କରିବାକୁ ଯାଇ କାହାର ଜୀବନ ବିପଦରେ ନ ପଡୁ ବୋଲି ୟୁଜର୍ସ ମତ ଦେଇଛନ୍ତି।