Categories: ଫୁରସତ

ଶାଢ଼ି-ଧୋତି ପିନ୍ଧି ସ୍କେଟିଂ, ଭିଡିଓ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତୀୟ ସଂସ୍କୃତିର ନିଦର୍ଶନ କରିଛନ୍ତି ଏକ ଦମ୍ପତି। ଶାଢ଼ି ଆଉ ଧୋତି ପରିଧାନ କରି ସ୍କେଟିଂ କରିଥିବା ଯୋଗୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେଉଛି।

ଆମେରିକାରେ ରହୁଥିବା ଏକ ଭାରତୀୟ ଦମ୍ପତି ବରଫରେ ସ୍କେଟିଂ କରିଛନ୍ତି। ମିନ୍ନେସୋଟା ରାଜ୍ୟର ଲୋକପ୍ରିୟ ସ୍କି ଭିଲେଜ୍‌ ବେଲ୍ଚରେ ସ୍କେଟିଂ କରିବା ସମୟରେ ସେ ଗିୟର୍ସ ବଦଳରେ ଧୋତି ଏବଂ ଶାଢ଼ି ପିନ୍ଧିଥିଲେ। ଉଭୟ ନିଜର ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ପରେ ଏହା ବେଶ୍‌ ଭାଇରାଲ ହେଉଛି।

ଏହି ଦମ୍ପତି ହେଲେ ଦିବ୍ୟା ଏବଂ ମଧୁ। ଦିବ୍ୟା ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ମଧୁ ସବୁଜ ରଙ୍ଗର ଶାର୍ଟ ପରିଧାନ କରି ସ୍କେଟିଂର ମଜା ନେଇଥିଲେ। ଏହାର କିଛି ଫଟୋ ଓ ଭିଡିଓ ଉଭୟ ସୋସିଆଲ ପୃଷ୍ଠାରେ ଶେୟାର କରିଥିଲେ। ଏବେ ଏହାକୁ ବେଶ୍‌ ପସନ୍ଦ କରାଯାଉଛି। ଭାରତୀୟ ସଂସ୍କୃତିକୁ ଉଭୟ ଗୌରବାନ୍ବିତ କରିଛନ୍ତି ବୋଲି କୁହାଯାଉଛି।

Share