ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି

ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ ଜାଙ୍ଗାନନ୍ଦିନୀ, ଫେବୃଆରୀ ୬ରେ ଭର୍ଚୁଆଲ ପ୍ଲାଟଫର୍ମ ମେଟାଭର୍ସରରେ ସେମାନଙ୍କର ବିବାହ ଭୋଜି ଦେଇଥିଲେ। ଦେଶ ତଥା ବିଦେଶରୁ ୬୦୦୦ ଲୋକ ଏଥିରେ ଭାଗ ନେଇଥିଲେ। ଆଇଆଇଟି ମାଡ୍ରାସରେ ପଢୁଥିବା ଦୀନେଶଙ୍କ ଅନୁଯାୟୀ, ଏହି ସମୟ ମଧ୍ୟରେ କନ୍ସର୍ଟ ହୋଇଥିଲା। କେବଳ ଏତିକି ନୁହେଁ, ଖାଦ୍ୟ ବିତରଣ କମ୍ପାନୀ ସାହାଯ୍ୟରେ ଅତିଥିମାନଙ୍କୁ ସେମାନଙ୍କ ଘରେ ଖାଦ୍ୟ ମଧ୍ୟ ଦିଆଯାଉଥିଲା। ସେମାନଙ୍କ ବନ୍ଧୁ ଏବଂ ପରିବାର ଏହି କାର୍ଯ୍ୟକ୍ରମରେ ଖୁସି ଅଛନ୍ତି, କାରଣ ଲୋକମାନେ ନିଜ ଘରେ ମଧ୍ୟ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ଏସିଆର ପ୍ରଥମ ଘଟଣା ବୋଲି ସେ କହିଛନ୍ତି। ବର ଏବଂ କନ୍ୟାଙ୍କ ପସନ୍ଦ ଅନୁଯାୟୀ, ଏହି ଭୋଜିର ଥିମ୍‌ ଥିଲା ହଗୱାର୍ଟସ। ଏହି ଥିମ ଉପରେ ହ୍ୟାରି ପୋଟର୍‌ ର ଡିଜାଇନ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିଥିଲା
ରିସେପ୍ସନ ଆୟୋଜନ କରିଥିବା ଆଇଟି ଫାର୍ମ ଏପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ୬୦ଟି ଇଭେଣ୍ଟ ପାଇଁ ଅର୍ଡର ଗ୍ରହଣ କରିଛି। ଏଥିମଧ୍ୟରେ ଅନେକ କାର୍ଯ୍ୟକ୍ରମ ବିଶେଷ ଭାବରେ ଫେବୃଆରୀ ୧୪ରେ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇଲେ ବ୍ୟକ୍ତି, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୫।୧୨: ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଦେଇଛନ୍ତି। ନିକଟରେ ଥିବାସୁରକ୍ଷାକର୍ମୀମାନ ତୁରନ୍ତ ବ୍ୟକ୍ତି ଜଣଙ୍କୁ ଡାକ୍ତରଖାନା ପଠାଇଥିଲେ। ଖବର...

ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବାର ସମୟ ଆସିଛି: ଗିରିରାଜ ସିଂ

ନୂଆଦିଲ୍ଲୀ,୨୫।୧୨: କେନ୍ଦ୍ର ମନ୍ତ୍ରୀ ତଥା ବେଗୁସରାଇ ଏମପି ଗିରିରାଜ ସିଂ ବୁଧବାର କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି ଯେ ବାଂଲାଦେଶୀମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା...

ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ, ଚେତାବନୀ ଦେଲା ଗୁଇନ୍ଦା ସଂସ୍ଥା

କୋଲକାତା,୨୫।୧୨: ବିଧାନସଭାରେ ବିରୋଧୀଦଳର ନେତା (ଏଲଓପି) ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସିମାନେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି। ଏହି ଆକ୍ରମଣ...

ରାଜକୁମାରୀଙ୍କୁ ଲଭ୍‌ ଲେଟର୍‌ ଦେଇଥିଲେ ବାଜପେୟୀ, ଉତ୍ତରରେ…ଜାଣନ୍ତୁ ଅଟଳଙ୍କ ଲଭ୍‌ଷ୍ଟୋରୀ

ନୂଆଦିଲ୍ଲୀ,୨୫।୧୨: ଆଜି ସାରା ଦେଶରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ବାଜପେୟୀ ଜଣେ ବଡ଼ ନେତା ତଥା ଭାରତୀୟ...

ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ! ବଡ଼ ଦାବି କଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୧୨: ବୁଧବାର ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri