ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ ଜାଙ୍ଗାନନ୍ଦିନୀ, ଫେବୃଆରୀ ୬ରେ ଭର୍ଚୁଆଲ ପ୍ଲାଟଫର୍ମ ମେଟାଭର୍ସରରେ ସେମାନଙ୍କର ବିବାହ ଭୋଜି ଦେଇଥିଲେ। ଦେଶ ତଥା ବିଦେଶରୁ ୬୦୦୦ ଲୋକ ଏଥିରେ ଭାଗ ନେଇଥିଲେ। ଆଇଆଇଟି ମାଡ୍ରାସରେ ପଢୁଥିବା ଦୀନେଶଙ୍କ ଅନୁଯାୟୀ, ଏହି ସମୟ ମଧ୍ୟରେ କନ୍ସର୍ଟ ହୋଇଥିଲା। କେବଳ ଏତିକି ନୁହେଁ, ଖାଦ୍ୟ ବିତରଣ କମ୍ପାନୀ ସାହାଯ୍ୟରେ ଅତିଥିମାନଙ୍କୁ ସେମାନଙ୍କ ଘରେ ଖାଦ୍ୟ ମଧ୍ୟ ଦିଆଯାଉଥିଲା। ସେମାନଙ୍କ ବନ୍ଧୁ ଏବଂ ପରିବାର ଏହି କାର୍ଯ୍ୟକ୍ରମରେ ଖୁସି ଅଛନ୍ତି, କାରଣ ଲୋକମାନେ ନିଜ ଘରେ ମଧ୍ୟ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ଏସିଆର ପ୍ରଥମ ଘଟଣା ବୋଲି ସେ କହିଛନ୍ତି। ବର ଏବଂ କନ୍ୟାଙ୍କ ପସନ୍ଦ ଅନୁଯାୟୀ, ଏହି ଭୋଜିର ଥିମ୍ ଥିଲା ହଗୱାର୍ଟସ। ଏହି ଥିମ ଉପରେ ହ୍ୟାରି ପୋଟର୍ ର ଡିଜାଇନ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିଥିଲା
ରିସେପ୍ସନ ଆୟୋଜନ କରିଥିବା ଆଇଟି ଫାର୍ମ ଏପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ୬୦ଟି ଇଭେଣ୍ଟ ପାଇଁ ଅର୍ଡର ଗ୍ରହଣ କରିଛି। ଏଥିମଧ୍ୟରେ ଅନେକ କାର୍ଯ୍ୟକ୍ରମ ବିଶେଷ ଭାବରେ ଫେବୃଆରୀ ୧୪ରେ ଅନୁଷ୍ଠିତ ହେବାକୁ ଯାଉଛି।