Posted inଜାତୀୟ

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ ଅଦାଲତ ହିଁ ଠିଆ ହୋଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଶନିବାର ଏଭଳି କହିଛନ୍ତି। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ୍‌ ସ୍ଥିତ ୨ଟି ଆନେକ୍ସ ବେଞ୍ଚ୍‌ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ସେ ଏଭଳି କହିଛନ୍ତି।
ସାଧାରଣରେ ଏକ ଧାରଣା ରହିଛି ଯେ, କେବଳ ଅପରାଧୀ କିମ୍ବା ଅପରାଧର ଶିକାର ହୋଇଥିବା ବ୍ୟକ୍ତି କୋର୍ଟକୁ ଆସିଥାନ୍ତି।

ସେହିପରି କେତେକେ ଲୋକେ ଗର୍ବ ଅନୁଭବ କରନ୍ତି ଯେ ଜୀବନ କାଳରେ ଆମେ କେବେ କୋର୍ଟ କଚରୀ ଦେଖିନାହୁଁ। କିନ୍ତୁ, ଏଭଳି ଭ୍ରାନ୍ତ ଧାରଣା ହଟାଇବାକୁ ପଡ଼ିବ। ସାଧାରଣ ଲୋକଙ୍କ ଅଧିକାରକୁ ନିଶ୍ଚିତ କରିବା ପାଇଁ କୋର୍ଟକୁ ଆସିବା ଜରୁରୀ। ବେଳେବେଳେ ସାଧାରଣ ବ୍ୟକ୍ତି ତାଙ୍କ ଜୀବନ କାଳରେ ଏକାଧିକ ଆଇନଗତ ସମସ୍ୟାରେ ଜଡ଼ିତ ହୋଇଥାନ୍ତି। ଜଣେ ବ୍ୟକ୍ତି ଭୟରେ ଅବା ଶଙ୍କାଯୁକ୍ତ ହୋଇ କୋର୍ଟକୁ ଯିବାକୁ ଦ୍ୱିଧାବୋଧ କରିବା ଉଚିତ୍‌ ନୁହେଁ । ନ୍ୟାୟପାଳିକା ଉପରେ ଲୋକମାନଙ୍କର ବିଶ୍ୱାସ ହେଉଛି ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି।

ଆଇନର ଶାସନ ଦ୍ୱାରା ପରିଚାଳିତ ଯେ କୌଣସି ସମାଜ ପାଇଁ କୋର୍ଟ ଅପରିହାର୍ଯ୍ୟ। କୋର୍ଟ କୋଠାଗୁଡ଼ିକ କେବଳ ସିମେଣ୍ଠ ଏବଂ ଇଟା ଦ୍ୱାରା ନିର୍ମିତ ସଂରଚନା ନୁହେଁ, ବରଂ ସକ୍ରିୟ ଭାବରେ ଅଧିକାରର ସାମ୍ବିଧାନିକ ଅଧିକାରକୁ ନିଶ୍ଚିତ କରାଇଥାନ୍ତି।

ଦେଶରେ ଉପଯୁକ୍ତ ନ୍ୟାୟିକ ଭିତ୍ତିଭୂମିର ଅଭାବ ରହିଥିବା ପ୍ରଧାନ ବିଚାରପତି କହିଛନ୍ତି। ଦେଶରେ ନ୍ୟାୟିକ ଅଧିକାରୀଙ୍କ ମୋଟ ଅନୁମୋଦିତ ସଂଖ୍ୟା ୨୪,୨୮୦ ଏବଂ ଉପଲବ୍ଧ କୋର୍ଟ ହଲ ସଂଖ୍ୟା ୨୦,୧୪୩ ରହିଛି। ଏଥିରେ ୬୨୦ ଭଡ଼ା ହଲ ରହିଛି। ୨୬ ପ୍ରତିଶତ କୋର୍ଟ କମ୍ପ୍ଲେକ୍ସରେ ଅଲଗା ମହିଳା ଶୌଚାଳୟ ନାହିଁ ଏବଂ୧୬ ପ୍ରତିଶତରେ ପୁରୁଷ ଟଏଲେଟ ନାହିଁ। ୫ ପ୍ରତିଶତ କୋର୍ଟରେ ପିଇବା ପାଣି ସୁବିଧା ରହିଛି। ୫ ପ୍ରତିଶତ କୋର୍ଟରେ ମେଡ଼ିକାଲ ସୁବିଧା ରହିଛି। ସେହିପରି ୩୨ ପ୍ରତିଶତ କୋର୍ଟରେ ଅଲଗା ରେକର୍ଡ ରୁମ୍‌ ରହିଛି। କେବଳ ୫୧ ପ୍ରତିଶତ କୋର୍ଟରେ ଲାଇବ୍ରେରୀ ରହିଛି। ୨୭ ପ୍ରତିଶତ କୋର୍ଟରେ କମ୍ପ୍ୟୁଟର ମାଧ୍ୟମରେ ଭିଡ଼ିଓ କନଫରେନ୍ସିଂ ସୁବିଧା ରହିଛି ବୋଲି ସେ କହିଛନ୍ତି।

ପ୍ରଭାବଶାଳୀ ନ୍ୟାୟପାଳିକା ଦ୍ୱାରା ଦେଶର ଅର୍ଥନୈତିକ ବିକାଶ ସମ୍ଭବ ହୋଇ ପାରିଥାଏ। ୨୦୧୮ରେ ପ୍ରକାଶିତ ଅନ୍ତର୍ଜାତୀୟ ଅନୁସନ୍ଧାନ ଅନୁଯାୟୀ, ଠିକ ସମୟରେ ନ୍ୟାୟ ପ୍ରଦାନରେ ବିଫଳତା ଯୋଗୁ ଦେଶର ବାର୍ଷିକ ଜିଡିପିର ୯ ପ୍ରତିଶତ ସମାନ ଅର୍ଥ ଖର୍ଚ୍ଚ ହୋଇଥାଏ। ଏକ ସମର୍ଥିତ ନ୍ୟାୟପାଳିକାର ପ୍ରଭାବ ବିଦେଶୀ ପୁଞ୍ଜି ନିବେଶ ଉପରେ ମଧ୍ୟ ପଡ଼ିଥାଏ। ପର୍ଯ୍ୟାପ୍ତ ଭିତ୍ତିଭୂମି ବିନା ଆମେ ଏହି ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

ମିଛ ପ୍ରଚାର କରୁଛି ଭାଜପା, ସତକୁ ସହି ପାରୁନାହିଁ, ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ ରାଏବରେଲିର କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଶିଖମାନଙ୍କ ଉପରେ ଦେଇଥିବା ବିବୃତ୍ତି...

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ...

ଆତିଶୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବ ଭାଜପା, କାହିଁକି ଏମିତି କହିଲେ ଭାଜପା ଏମପି

ନୂଆଦିଲ୍ଲୀ,୨୧।୯: ଭାଜପା ଏମପି ମନୋଜ ତିୱାରୀ ଆତିଶୀଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ ରାଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri