ନୂଆଦିଲ୍ଲୀ,୨୯।୧୦:ବର୍ଷ ୨୦୦୦, ଦିନ ୨୯ ଅକ୍ଟୋବର। ସ୍ଥାନ – ଶାରଜା। ସମସ୍ତ ଭାରତୀୟ କ୍ରିକେଟ ପ୍ରଶଂସକ ଏକ ବଡ଼ ଟାଇଟଲ୍ ବିଜୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। କେହି ଭାବି ନ ଥିଲେ ଯେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ଯୁବରାଜ ସିଂ ଏବଂ ବିନୋଦ କାମ୍ବଲିଙ୍କ ଭଳି ଷ୍ଟାର୍ରେ ସଜ୍ଜିତ ଭାରତୀୟ ଦଳ ଏକ ଦିନିକିଆରେ ମାତ୍ର ୫୪ ରନରେ ଅଲଆଉଟ୍ ହୋଇଯିବ। ୨୦୦୦ ଚାମ୍ପିଅନ୍ସ ଟ୍ରଫରେ ଭାରତ ସହ ଏମିତି କିଛି ଘଟିଥିଲା। ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨୪୫ ରନର ପରାଜୟର ସମ୍ମୁଖୀନ ହୋଇଥିଲା।
ସେହି ମ୍ୟାଚକୁ ୨୧ ବର୍ଷ ବିତିଯାଇଛି କିନ୍ତୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ସେହି ଦିନକୁ ମନେ ରଖିବାକୁ ଚାହାଁନ୍ତି ନାହିଁ । ସେହି ଦିନରାତି ମ୍ୟାଚରେ ଭାରତର ଏପରି ଅବସ୍ଥା ରହିବ, କେହି ଭାବି ନ ଥିଲେ। ଟିମ ଇଣ୍ଡିଆ ୩୦୦ ରନ୍ର ଟାର୍ଗେଟକୁ ପିଛା କରୁଥିଲା, ମାତ୍ର ୩୦ ରନ ପାଇଁ ୫ ଉଇକେଟ ଯାଇଥିଲା। କେବଳ ଏତିକି ନୁହେଁ, କେବଳ ଜଣେ ବ୍ୟାଟ୍ସମ୍ୟାନ ରବିନ ସିଂ ଡବଲ ଫିଗରକୁ ଛୁଇଁ ପାରିଥିଲେ।
ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୯ ଅକ୍ଟୋବର ୨୦୦୦ରେ ଶାରଜାଠାରେ ଖେଳାଯାଇଥିଲା। ଶ୍ରୀଲଙ୍କା ଅଧିନାୟକ ସନାଥ ଜୟସୁରିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ୫୦ ଓଭରରେ ୫ ଉଇକେଟ୍ ହରାଇ ୨୯୯ ସ୍କୋର କରିଥିଲା। ୩୦୦ ରନ୍ର ଲକ୍ଷ୍ୟକୁ ପିଛା କରିପକାଇ ଭାରତୀୟ ଦଳ ମାତ୍ର ୨୬.୩ ଓଭର ଖେଳି ମାତ୍ର ୫୪ ରନରେ ଆଉଟ ହୋଇଥିଲେ। ଶ୍ରୀଲଙ୍କା ୨୪୫ ରନ ରେକର୍ଡ ବ୍ୟବଧାନରେ ଜିତି ଟ୍ରଫିକୁ କବଜା କରିଥିଲା।