Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କଲେ ଭାରତୀୟ କୋଚ୍‌

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଏସିଆ କପ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ସୁପର ଫୋର୍‌ ରାଉଣ୍ଡରେ ୨୨୮ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ସେହିପରି ଏହା ପରେ ଟିମ ଇଣ୍ଡିଆ ଶ୍ରୀଲଙ୍କା ଦଳକୁ ମଧ୍ୟ ପରାସ୍ତ କରିଛି। ଏହିପରି ଭାରତୀୟ ଦଳ ୪ ପଏଣ୍ଟ ସହ ଫାଇନାଲରେ ପ୍ରବେଶ କରିଛି। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ। ଏହାପୂର୍ବରୁ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାରସ ହ୍ମାମ୍ବ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏକ ବଡ଼ ବୟାନ ଦେଇଛନ୍ତି।

ଭାରତୀୟ ଦଳର ଫିଲ୍ଡିଂ କୋଚ ପାରାସ କହିଛନ୍ତି ଯେ ଶ୍ରୀଲଙ୍କା ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଯେପରି ବୋଲିଂ କରିଥିଲେ ତାହା ପ୍ରଶଂସନୀୟ। ପାରାସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ। ଶ୍ରୀଲଙ୍କା ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ୫ ଓଭରରେ ୧୪ ରନ ଦେଇ ୧ ଉଇକେଟ୍‌ ନେଇଥିଲେ। ଏହାପୂର୍ବରୁ ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ବାବର ଆଜାମଙ୍କୁ ନିଜର ଚମତ୍କାର ଇନସ୍ବିଙ୍ଗ୍‌ର ଶିକାର କରିଥିଲେ।

Share