Categories: ଖେଳ

୨୦୦ କୋଟି ଟଙ୍କାର ସମ୍ପତ୍ତି; ୩ କୋଟିର କାର୍‌; ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି ରୋହିତ ଶର୍ମା…

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଭାରତୀୟ ଟିମ୍‌ ପକ୍ଷରୁ ଡେବ୍ୟୁ କରିଥିଲେ ରୋହିତ ଶର୍ମା। ଏହାପରଠାରୁ ସେ ଜଣେ କ୍ରିକେଟରରୁ ଅଧିନାୟକ ହେବାରେ ସଫଳ ହୋଇଛନ୍ତି। ତେବେ ଏହି ଯାତ୍ରା ସେତେଟା ସହଜ ନ ଥିଲା। କ୍ରିକେଟର ଭାବେ ସବୁ କ୍ଷେତ୍ରରେ ସେ ନିଜକୁ ପ୍ରମାଣ କରି ଦଳର ପ୍ରମୁଖ ଅଙ୍ଗ ପାଲଟିଛନ୍ତି। ବ୍ୟକ୍ତିଗତ ଜୀବନ ଦେଖିଲେ ରୋହିତ ବେଶ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି। ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ।

ରୋହିତଙ୍କ ନେଟଓ୍ବର୍ଥ ୨୦୦ କୋଟି ଟଙ୍କା। ମ୍ୟାଚ୍‌ ଫିସ ବ୍ୟତିତ ସେ ଆଇପିଏଲ୍‌ରୁ ଭଲ ରୋଜଗାର କରିଥାନ୍ତି। ଏହାଛଡ଼ା ସେ ଅନେକ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଛନ୍ତି। ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ୧୬ କୋଟି ଟଙ୍କାରେ ରିଟେନ୍‌ କରିଥିଲେ। ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟରେ ମଧ୍ୟ ସେ ଏ ପ୍ଲସ ଗ୍ରେଡ୍‌ରେ ଅଛନ୍ତି। ଏହାର ଅର୍ଥ ତାଙ୍କୁ ୭ କୋଟି ଟଙ୍କା ମିଳୁଛି।

ରୋହିତଙ୍କ ପାଖରେ ଅନେକ ଦାମୀ ଗାଡ଼ି ରହିଛି। ଏସବୁ କାର ମଧ୍ୟରେ ବିଏମ୍‌ଡବ୍ଲୁ ୫ ଏମ୍‌ ସିରିଜ୍‌(୧.୬ କୋଟି) ଟଙ୍କା, ଲମ୍ବୋର୍ଗିନି, ମର୍ସଡିଜ୍‌, ଅଡି, ସ୍କୋଡା ଏବଂ ଫର୍ଚୁନର ଆଦି ରହିଛି। ବମ୍ବେରେ ତାଙ୍କର ଏକ ଭବ୍ୟ ବଙ୍ଗଳା ରହିଛି। ଏହାର ମୂଲ୍ୟ ୩୦ କୋଟି ଟଙ୍କା। ଏହି ଫ୍ଲାଟ୍‌ରୁ ଆରବ ସାଗର ନଜର ଆସିଥାଏ। ସାଂସାରିକ ଜୀବନ ଦେଖିଲେ ରୋହିତ ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ଏକ ଝିଅ ରହିଛି।

 

Share