ଟି-୨୦ ବିଶ଼୍ବକପ୍‌ ହାତେଇଲା ଭାରତ, ମିଳିଲା ଏତେ କୋଟି ଟଙ୍କା ପ୍ରାଇଜ୍‌

ନୂଆଦିଲ୍ଲୀ, ୩୦।୦୬: ଟି-୨୦ ବିଶ଼୍ବକପ୍‌ର ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍‌ ହୋଇଛି ଭାରତ । ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଏହି ଟାଇଟଲ୍‌ ହାସଲ କରିଛି ଟିମ୍‌ ଇଣ୍ଡିଆ। ୨୦୧୩ ପରେ ଭାରତ ହାସଲ କରିଛ ଏହିି ଆଇସିସି ଟ୍ରଫି। ବ୍ରିଜଟାଉନ୍‌ରେ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ଜିତିଛି ଟି୨୦ କ୍ରିକେଟ ବିଶ୍ୱକପ। ବିରାଟ କୋହଲିଙ୍କ ବ୍ୟାଟିଂ, ଯଶପ୍ରୀତ୍‌ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂଙ୍କ ଦମ୍‌ଦାର୍‌ ପ୍ରଦର୍ଶନ ଆଗରେ ଦକ୍ଷିଣ ଆଫ୍ରିକା ହାର ମାନିଛି।

ବିଶ଼୍ବକପ୍‌ ଟାଇଟଲ୍‌ ହାତେଇବା ସହ ଭାରତକୁ ମିଳିଛି ବଡ଼ ପରିମାଣର ପ୍ରାଇଜ୍‌ ଟଙ୍କା । ୨.୪୫ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୨୦.୪୨ କୋଟି ଟଙ୍କାର ପୁରସ୍କାର ରାଶି ଭାରତକୁ ମିଳିଛି । ଏଥିସହିତ ବିଜେତା ଟ୍ରଫି ମଧ୍ୟ ମିଳିଛି। ଅନ୍ୟପଟେ ରନର୍ସଅପ ଦଳ ଦକ୍ଷିଣ ଆଫ୍ରିକାକୁ ବିପୁଳ ପୁରସ୍କାର ରାଶ ମିଳିଛିି। ଭାରତ ଠାରୁ ହାରି ଦକ୍ଷିଣ ଆଫ୍ରିକାକୁ ୧.୨୮ ମିଲିୟନ ଡ଼ଲାର ଅର୍ଥାତ ୧୦.୬୭ କୋଟି ଟଙ୍କା ମିଳିଛି।

ତେବେ ଭାରତ ଚଳିତ ବିଶ଼୍ବକପ୍‌ର ୯ ମ୍ୟାଚରେ ଲାଗାତର ବିଜୟ ହାସଲ କରିଛି । ୮ ମ୍ୟାଚରେ ବିଜୟୀ ହୋଇଥିବାବେଳେ କାନାଡ଼ା ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା।

Share