Categories: ଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଶୀର୍ଷରେ ପହଞ୍ଚିଲା ଭାରତ

ଡୋମିନିକା,୧୫।୭: ଡୋମିନିକା ଟେଷ୍ଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ କରିଛି। ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ଗୋଟିଏ ଇନିଂସ ସହ ତୃତୀୟ ଦିନରେ ୧୪୧ ରନରେ ପରାସ୍ତ କରିଛି। ଏହି ପରି ୨ଟି ଟେଷ୍ଟ ମ୍ୟାଚ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଏଥି ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ବେନ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି।

ତେବେ ଟିମ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (୨୦୨୩-୨୦୨୫)ରେ କେବଳ ଗୋଟିଏ ମ୍ୟାଚ ଖେଳିଛି। ୧୦୦ ପ୍ରତିଶତ ପଏଣ୍ଟ ସହ ଭାରତୀୟ ଦଳ ଏକ ନମ୍ବର ସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ, ପଏଣ୍ଟ ବିଷୟରେ କହିବାକୁ ଗଲେ ଭାରତରେ ୧୨ ପଏଣ୍ଟ ରହିଛି। ୬୧.୧୧ ପ୍ରତିଶତ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ପଏଣ୍ଟ ଦୃଷ୍ଟିରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଭାରତଠାରୁ ଅଷ୍ଟ୍ରେଲିଆ ଆଗରେ ରହିଛି। ଅଷ୍ଟ୍ରେଲିଆ ୨୨ ପଏଣ୍ଟ ରହିଛି।

Share