Posted inଖେଳ

ରୋକଠୋକ ଶୁଣାଇଦେଲା ବିସିସିଆଇ! ଏଣିକି ଖରାପ ପ୍ରଦର୍ଶନ କଲେ କଟିବ ପଇସା

ନୂଆଦିଲ୍ଲୀ,୧୪।୧: ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳିଥିଲା। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆକୁ ୧-୩ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏବେ ଦଳ ଏବଂ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ବିଚାର କରି ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଏହି ନିଷ୍ପତ୍ତି ଅନୁଯାୟୀ, ଖରାପ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ଦରମା ହ୍ରାସ ପାଇବ।

ଆଜ୍ଞା ହଁ, ଆପଣ ଠିକ୍‌ ଶୁଣିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନର ସମୀକ୍ଷା କରାଯାଇଥିଲା। ସମୀକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ଥିଲେ। ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ହିଁ ଖେଳାଳିଙ୍କ ଦରମା କାଟ ପ୍ରସଙ୍ଗ ଉପରେ ବିଚାର କରାଯାଇଥିଲା।

ସୂତ୍ର ଅନୁଯାୟୀ, ଏହା ଦିଆଯାଇଥିବା ପରାମର୍ଶ ମଧ୍ୟରୁ ଗୋଟିଏ ଥିଲା ଯେ ଖେଳାଳିମାନଙ୍କୁ ଦାୟୀ କରାଯିବା ଉଚିତ୍‌ ଏବଂ ଯଦି ସେମାନଙ୍କର ପ୍ରଦର୍ଶନ ଆଶାନୁରୂପ ନ ହୁଏ ତେବେ ସେମାନଙ୍କୁ ଦରମା କାଟର ସମ୍ମୁଖୀନ ହେବାକୁ ପଡିବ। ତଥାପି, ଏ ବିଷୟରେ ଆନୁଷ୍ଠାନିକ ସୂଚନା ଏ ପର୍ଯ୍ୟନ୍ତ ଆସିନାହିଁ। ଏବେ ଏହା ପ୍ରକୃତରେ ଘଟିବ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ହଜାର ଟ୍ରଫି ନ ଖେଳି ଦୁବାଇରେ ସମୟ ବିତାଉଛନ୍ତି ଏହି ଷ୍ଟାର ଖେଳାଳି, ଚାମ୍ପିୟନ୍ସ ଟ୍ରଫି ଦଳରେ ମିଳିବନି ସ୍ଥାନ

ନୂଆଦିଲ୍ଲୀ, ୧୭।୧: ଭାରତୀୟ ଦଳର ଉଇକେଟ କିପର ସଞ୍ଜୁ ସାମସନ ବିଜୟ ହଜାର ଟ୍ରଫି ନ ଖେଳିବା ଚାମ୍ପିୟନ୍ସ ଟ୍ରଫି ଖେଳିବାରୁ ତାଙ୍କୁ ବଞ୍ଚିତ କରିପାରେ।...

୪ ଖେଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୭।୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ...

ଘରୋଇ କ୍ରିକେଟ ନ ଖେଳିଲେ କଟିବ ଦରମା, ଆଇପିଏଲ ଖେଳିବା ଉପରେ ଲାଗିବ ବ୍ୟାନ୍‌! ବିସିସିଆଇର ନୂଆ ନିୟମ

ନୂଆଦିଲ୍ଲୀ,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ୧-୩ ଗୋଲରେ ପରାଜୟ ପରେ ବିସିସିଆଇ ବହୁତ ସକ୍ରିୟ ହୋଇ ଉଠିଛି। ଏକ ନୂତନ ୧୦-ସୂତ୍ରୀ ନୀତି’...

ଭୁବନେଶ୍ୱରକୁ ଫେରିବ ହକି ଫିଭର: ଫେବୃଆରୀ ୧୫ରୁ କଳିଙ୍ଗରେ ପ୍ରୋ-ଲିଗ୍‌

ଭୁବନେଶ୍ୱର, ୧୬।୧: ସମ୍ପ୍ରତି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଚାଲିଥିବାବେଳେ ଖୁବ୍‌ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ଯାଉଛି ହକି ଫିଭର। କଳିଙ୍ଗ...

ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍: ବିସିସିଆଇ ନେଲା ବଡ ନିଷ୍ପତ୍ତି, କଣ କରିବେ ଗମ୍ଭୀର…

ମୁମ୍ବାଇ,୧୬।୧: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ନ୍ୟୁଜିଲାଣ୍ଡ ବିପକ୍ଷରେ ଘରେ ଏବଂ ଅଷ୍ଟ୍ରେଲିଆରେ ବିପକ୍ଷ ବିପର୍ଯ୍ୟୟ ପ୍ରଦର୍ଶନ ପରେ ଭାରତ...

ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା...

ଭାରତର ବ୍ୟାଟିଂ କୋଚ ହେବାକୁ ଚାହୁଁଛନ୍ତି ଏହି କ୍ରିକେଟର, ଗମ୍ଭୀରଙ୍କ ସହ ମିଶି…

ନୂଆଦିଲ୍ଲୀ,୧୬।୧: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୩ ରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ପରାଜୟ...

‘ଫେକ ନ୍ୟୁଜ…,’ ବେଡ ରେଷ୍ଟ ଖବରକୁ ହସରେ ଉଡାଇ ଦେଲେ ବୁମରା

ନୂଆଦିଲ୍ଲୀ,୧୬।୧: ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କ ବିଷୟରେ ଏମିତି ଏକ ଖବର ଆସିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କୁ ବେଡ ରେଷ୍ଟ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image