Categories: ଖେଳ

ବିଶ୍ୱ ରେକର୍ଡ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୦।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ରବିବାର ଖେଳାଯାଉଛି। ଏହି ମ୍ୟାଚ୍‌ର ଟସ୍‌ ପଡ଼ିବା ମାତ୍ରେ ଭାରତୀୟ ଦଳ ଏକ ବଡ ରେକର୍ଡ କରିଛି। ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସଂଖ୍ୟକ ମ୍ୟାଚ୍‌ ଖେଳିବାର ବିଶ୍ୱ ରେକର୍ଡ ଦଳ ନିଜ ନାମରେ କରିଛି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାମରେ ଥିଲା।

୨୦୦୯ରେ ଅଷ୍ଟ୍ରେଲିଆ ୬୧ଟି ମ୍ୟାଚ୍‌ ଖେଳିଥିଲା। ଏବେ ଭାରତ ମୋଟ ୬୨ଟି ମ୍ୟାଚ୍‌ ଖେଳିଛି। ଏହି ଦୁଇଟି ଦଳ ବ୍ୟତିତ ଅନ୍ୟ କୌଣସି ଟିମ୍‌ ଏକ କ୍ୟାଲେଣ୍ଡର ବର୍ଷରେ ୬୦ ମ୍ୟାଚ୍‌ ଖେଳିବାକୁ ସକ୍ଷମ ହୋଇନାହାନ୍ତି।

ଭାରତ ଚଳିତ ବର୍ଷର ୩୯ତମ ଟି୨୦ ମ୍ୟାଚ୍‌ ରବିବାର ଖେଳୁଛି। ଦଳ ଏଥିମଧ୍ୟରୁ ୨୭ରେ ବିଜେତା ହୋଇଥିବା ବେଳେ ୧୦ରେ ପରାଜିତ ହୋଇଛି। ଏହାଛଡ଼ା ଟିମ୍‌ ଇଣ୍ଡିଆ ଚଳିତ ବର୍ଷ ୧୮ଟି ଦିିନିକିଆ ଖେଳିଛି। ସେଥିରୁ ୧୩ଟି ଜିତିଥିବା ବେଳେ ୫ରେ ହାରିଛି। ସେହିଭଳି ଭାରତ ମାତ୍ର ୫ଟି ଟେଷ୍ଟ ମ୍ୟାଚ୍‌(୨ ବିଜୟ, ୩ ପରାଜୟ) ଖେଳିଛି।

Share