ଅହମ୍ମଦାବାଦ,୧୬।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟୁର୍ନାମେଣ୍ଟର ପ୍ରଥମ ଫାଇନାଲିଷ୍ଟ ତଥା ଆୟୋଜକ ଦଳ ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଦଳ ଅହମ୍ମଦାବାଦରେ ପହଞ୍ଚିବା ମାତ୍ରେ ହୋଟେଲ ବାହାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି।
ଟିମ ଇଣ୍ଡିଆର ଅହମ୍ମଦାବାଦରେ ପହଞ୍ଚିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି ଏବଂ ଟିମ ଇଣ୍ଡିଆ ବସ୍ ଗୋଟିଏ ପାର୍ଶ୍ୱରୁ ଆସୁଥିବା ଦେଖାଯାଉଛି। ବସ୍ ଦେଖି ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ଉଦ୍ଦେଶ୍ୟରେ ଅହମ୍ମଦାବାଦରେ ପହଞ୍ଚିଛି।