Categories: ଖେଳ

ଫେସବୁକ୍‌ରୁ ପ୍ରେମ ବିବାହ, ଇନ୍‌ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ

ଭାରତୀୟ ଓପନର୍‌ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ଖବର ଉପରେ ଧୱନଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନ ଥିଲେ ମଧ୍ୟ ଆୟେଶା ଇନଷ୍ଟାଗ୍ରାମ ଆକାଉଣ୍ଟରେ ଛାଡପତ୍ର ବିଷୟରେ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି। ଫେସବୁକ ମାଧ୍ୟମରେ ଆରମ୍ଭ ହୋଇଥିବା ଏକ ପ୍ରେମ କାହାଣୀର ସମାପ୍ତି ଖବର ଇନଷ୍ଟାଗ୍ରାମ ମାଧ୍ୟମରେ ଶେଷ ହେବ ବୋଲି କେହି ଭାବି ନଥିବେ। ୨୦୧୨ ରେ ଏହି ଦମ୍ପତି ପରସ୍ପରର ହାତ ଧରିଥିଲେ। ଏବଂ ପୁଅ ଜୋରାଭର୍‌ ୨୦୧୪ ରେ ଜନ୍ମ ହୋଇଥିଲେ। ଉଭୟ ନିଜ ଜୀବନରେ ଯେତିକି ସରଳ, ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ସମାନ ଆକର୍ଷଣୀୟ ଥିଲା। ଫେସବୁକରେ ପଞ୍ଜାବୀ ପୁଅ ଧାଓ୍ବାନ ବଙ୍ଗୀୟ ଝିଅ ଆୟେଶା ଫଟୋ ଦେଖି ତାଙ୍କୁ ହୃଦୟ ଦେଇ ବସିଥିଲେ। ଏହା ପରେ ଧାୱନ କୌଣସି ବିଷୟରେ ଚିନ୍ତା ନ କରି ୧୦ ବର୍ଷ ଏବଂ ଦୁଇ ସନ୍ତାନର ମା ଆୟେଶାଙ୍କୁ ମନ ଦେଇ ବସିଥିଲେ। ଆୟେଶାଙ୍କ ପରିବାର ଅଷ୍ଟ୍ରେଲିଆରେ ରୁହନ୍ତି । ତାଙ୍କ ପିତା ବଙ୍ଗାଳୀ ଏବଂ ମାତା ବ୍ରିଟିଶ। ବୃତ୍ତି ଅନୁଯାୟୀ କିକ ବକ୍ସର ଆୟେଶା ଧାୱନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦୁହେଁ ଫେସବୁକ ମାଧ୍ୟମରେ ସାକ୍ଷାତ ହୋଇଥିଲେ।
ଦିନେ ଧାୱନ ଏବଂ ହରଭଜନ ଏକାଠି ବସିଥିଲେ ଏବଂ ଏହି ସମୟରେ ଧାୱନ ହରଭଜନଙ୍କ ଆକାଉଣ୍ଟରେ ଆୟେଶାଙ୍କ ଫଟୋ ଦେଖିଥିଲେ, ଯାହା ପରେ ସେ ଆୟେଶାଙ୍କୁ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଉଭୟ ବନ୍ଧୁ ହେଲେ ଏବଂ ପରେ କଥାବାର୍ତ୍ତା ଆରମ୍ଭ ହେବା ପରେ ସେମାନେ ପରସ୍ପରର ନିକଟତର ହେଲେ। ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ଧାୱନ ଆୟେଶାଙ୍କୁ ପ୍ରସ୍ତାବ ଦେଇଥିଲେ। କୁହାଯାଏ ଯେ ପ୍ରଥମେ ଧାୱନଙ୍କ ପରିବାର ଏହି ସମ୍ପର୍କ ପାଇଁ ପ୍ରସ୍ତୁତ ନ ଥିଲେ। ଏହା ପଛର କାରଣ ହେଲା ଆୟେଶା ବୟସରେ ବହୁତ ବଡ଼, ଛାଡପତ୍ର ଏବଂ ଦୁଇ ସନ୍ତାନର ମା’। ତେବେ, ଏହି ସମ୍ପର୍କ ପାଇଁ ଧାୱନ ତାଙ୍କ ପରିବାରକୁ ବୁଝାଇଥିଲେ ଏବଂ ପରେ ଉଭୟ ୨୦୧୨ରେ ବିବାହ କରିଥିଲେ। ଆୟେଶାଙ୍କ ସହ ଧାୱନ ତାଙ୍କ ଦୁଇ ଝିଅ ରିୟା ଏବଂ ଆଲିଆଙ୍କୁ ମଧ୍ୟ ତାଙ୍କ ନାମ ଦେଇଥିଲେ। ସେ ପ୍ରାୟତଃ ନିଜ ଦୁଇ ଝିଅ ସହିତ ଯଥାସମ୍ଭବ ସମୟ ବିତାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଛାଡପତ୍ର କାହିଁକି ହେଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share