Categories: ଖେଳ

ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ପରି ଦେଖିବାକୁ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧୀନରେ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ ଆରମ୍ଭ କରିଥିବା ସୁଦୀପ ତ୍ୟାଗୀଙ୍କ ସ୍ତ୍ରୀ ପିୟା ତ୍ୟାଗୀ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ପିୟା ଇନ୍‌ଷ୍ଟାଗ୍ରାମରେ ବେଶ୍‌ ସକ୍ରିୟ ଥାନ୍ତି। ସେ ଅଧିକାଂଶ ସମୟରେ ନିଜ ଫଟୋ ଶେୟାର କରିଥାନ୍ତି। ପିୟା ଦେଖିବାକୁ ବଲିଉଡ୍‌ର ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ଭଳି। ଏକଥା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ କହିଛନ୍ତି। ଖାସ୍‌ ଭାବେ ତାଙ୍କ ଆଖି ଐଶ୍ଚର୍ଯ୍ୟାଙ୍କ ଆଖି ଭଳି ଦେଖାଯାଏ। ପିୟାଙ୍କ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି। ଏଥିରେ ସେ ବ୍ୟୁଟି ଟିପ୍ସ ଦେବା ସହ ଯାତ୍ରା ସମ୍ପନ୍ଧୀୟ ଜ୍ଞାନ ବାଣ୍ଟନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସ ମଧ୍ୟ ଅଛନ୍ତି। ୪ଟି ଏକଦିବସୀୟ ଏବଂ ଗୋଟିଏ ଟି-୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ସୁଦୀପ ୨୦୧୦ରେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

Share