ଚେନ୍ନାଇ,୨।୨: ଆସନ୍ତା ୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାରଠାରୁ ନେଟ୍ ସେସନ ଆରମ୍ଭ କରିଛନ୍ତି। ଉତ୍ସାହ ଭରା ବକ୍ତବ୍ୟ ସହ ଟିମ୍ ଇଣ୍ଡିଆର ସ୍ବାଗତ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଏ ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ବିସିସିଆଇ।
କ୍ୱାରାଣ୍ଟିନ ପରିୟଡ୍ ଶେଷ ହେବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ଆଉଟ୍ଡୋର ଟ୍ରେନିଂ ସେସନରେ ଯୋଗ ଦେଇଛି। ସମସ୍ତ ଖେଳାଳିଙ୍କ ୩ ଥର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା।