ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍ରେ ଭାରତୀୟ ଦଳର ଖେଳାଳିମାନେ ହାତରେ କଳା ଆର୍ମବ୍ୟାଣ୍ଡ ପିନ୍ଧିଥିଲେ। ‘ଭାରତ ରତ୍ନ’ ସୁର ସମ୍ରାଜ୍ଞୀ ଲତା ମାଙ୍ଗେଶକରଙ୍କ ସ୍ମୃତିରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ସଦସ୍ୟମାନେ ଏହି କଳା ବ୍ୟାଣ୍ଡ ପିନ୍ଧିଛନ୍ତି। ଏ ସମ୍ପର୍କରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
“ଭାରତ ରତ୍ନ ଲତା ମାଙ୍ଗେଶକର ଜୀଙ୍କ ରବିବାର ଦେହାନ୍ତ ଘଟିଛି। ତାଙ୍କ ସ୍ମୃତିରେ ଭାରତୀୟ ଦଳର ଖେଳାଳିମାନେ କଳା ଆର୍ମବ୍ୟାଣ୍ଡ ପିନ୍ଧି ଖେଳୁଛନ୍ତି। ମେଲୋଡିର କୁଇନ୍ ଭାବେ ଜଣାଶୁଣା ଲତା ଦିଦି ବଡ଼ କ୍ରିକେଟ ପ୍ରେମୀ ଥିଲେ। ସେ ସର୍ବଦା କ୍ରିକେଟ ଓ ଟିମ୍ ଇଣ୍ଡିଆକୁ ସମର୍ଥନ କରନ୍ତି” ବୋଲି ବିସିସିଆଇ ପକ୍ଷରୁ ଟୁଇଟ୍ କରାଯାଇଛି।