Categories: ଖେଳ

ଭାରତୀୟ ଖେଳାଳି ଦେଖିଲେ ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ, ଭିଡିଓ ଶେୟାର କଲା ବିସିସିଆଇ

ଡବଲିନ,୨୩।୮: ଭାରତ-ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ବୁଧବାର ଖେଳାଯିବ। ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ସିରିଜରେ କ୍ଲିନ୍‌ ସୁଇପ୍‌ ଆଶା ରଖିଛି। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳି ଚନ୍ଦ୍ରୟାନ-୩ ମିଶନକୁ ଦେଖିଛନ୍ତି। ଏନେଇ ବିସିସିଆଇ ଏକ ଭିଡିଓ ଶେୟାର କରିଛି। ଭିଡିଓରେ ଖେଳାଳିମାନେ ତାଳି ମାରି ଅଭିବାଦନ କରୁଥିବା ଦେଖାଯାଇଛି।

କହିରଖୁଛୁ, ୩ୟ ଟି୨୦ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏଠାରେ ବର୍ଷା ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିପାରି ନାହିଁ। ପୂର୍ବରୁ ପ୍ରଥମ ଟି୨୦ ମଧ୍ୟ ପ୍ରଭାବିତ ହୋଇଥିଲା। ପରେ ଡିଏଲ୍‌ଏସ୍‌ ନିୟମାନୁଯାୟୀ ଭାରତ ବିଜେତା ହୋଇଥିଲା।

Share