Categories: ଫୁରସତ

ଭାରତୀୟ ମୁଦ୍ରା

ଭାରତୀୟ ମୁଦ୍ରା ବା ରୁପୟା ସଂସ୍କୃତ ଶବ୍ଦ ରୁପ୍ୟକମ୍‌ରୁ ଉଦ୍ଧୃତ, ଯାହାର ଅର୍ଥ ରୌପ୍ୟ ମୁଦ୍ରା ବା ସିଲଭର୍‌ କଏନ୍‌। ଆମ ଦେଶରେ ସୁରୀ ସାମ୍ରାଜ୍ୟର ସଂସ୍ଥାପକ ଶେର୍‌ଶାହ ସୁରୀଙ୍କ ଦ୍ୱାରା ୧୫୪୦-୪୫ ମସିହାରେ ପ୍ରଥମେ ମୁଦ୍ରାର ପ୍ରଚଳନ ଆରମ୍ଭ ହୋଇଥିଲା। ଜାଣିବା ଏ ସମ୍ପର୍କରେ କିଛି ତଥ୍ୟ…

-ସୁରୀଙ୍କ ଦ୍ୱାରା ପ୍ରଥମେ ରୁପୟା(ଟଙ୍କା) ଭାବେ ରୌପ୍ୟ ମୁଦ୍ରା ପ୍ରଚଳନ ହୋଇଥିଲା। ଏହା ସହ ସୁନା ଏବଂ ତମ୍ବା ମୁଦ୍ରା ବି ବ୍ୟବହାର ହେଉଥିଲା। ମୋଗଲ, ମରାଠା ଏବଂ ବ୍ରିଟିଶ୍‌ ଶାସନ କାଳରେ ମଧ୍ୟ ଏହି ସବୁ ମୁଦ୍ରା ପ୍ରଚଳିତ ହେଉଥିଲା।
-ମସିହା ମଧ୍ୟରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ, ୧୭୭୩-୭୫ ମଧ୍ୟରେ ଜେନେରାଲ୍‌ ବ୍ୟାଙ୍କ୍‌ ଅଫ୍‌ ବଙ୍ଗାଲ୍‌ ଆଣ୍ଡ ବିହାର ଏବଂ ୧୭୮୪-୯୧ ମଧ୍ୟରେ ବଙ୍ଗାଲ୍‌ ବ୍ୟାଙ୍କ୍‌ ପକ୍ଷରୁ କାଗଜ ମୁଦ୍ରାର ବ୍ୟବହାର ଆରମ୍ଭ ହୋଇଥିଲା।
-ଏକ ଟଙ୍କାକୁ ୧୬ ଅଣା ହିସାବରେ ବଣ୍ଟା ଯାଉଥିଲା। ହେଲେ ୧୯୫୭ରେ ପ୍ରଥମ ଥର ପାଇଁ ମେଟ୍ରିକ୍‌ ସିଷ୍ଟମ୍‌ ବା ଦଶାଂଶ ପ୍ରଣାଳୀରେ ଏକ ଟଙ୍କାକୁ ୧୦୦ ପଇସାରେ ବଣ୍ଟାଗଲା।
-୧ ଟଙ୍କାର ମୂଲ୍ୟ ୧୩ ଡଲାର ସହ ସମାନ ଥିଲା। ହେଲେ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ବେଳେ ଏହାର ମୂଲ୍ୟ ପ୍ରାୟ ୧ ଡଲାର ସହ ସମାନ ହୋଇଯାଇଥିଲା। କିନ୍ତୁ ଧୀରେ ଧୀରେ ଭାରତ ଉପରେ କରଜ ବଢ଼ିବା କାରଣରୁ ଇନ୍ଦିରା ଗାନ୍ଧୀ ଏହି କରଜ ସୁଝିବା ଲାଗି ଟଙ୍କାର ମୂଲ୍ୟ ଡଲାରଠାରୁ କମ୍‌ କରିବାକୁ ବାଧ୍ୟ ହୋଇଥିଲେ। ସେବେଠୁ ଧୀରେ ଧୀରେ ଏହି ମୂଲ୍ୟ କମିବାରେ ଲାଗିଛି।
-୨୨ ଅନୁଯାୟୀ ଭାରତୀୟ ବ୍ୟାଙ୍କ୍‌ଗୁଡିକରେ ନୋଟ୍‌ ଜାରି କରିବାର ଅଧିକାର କେବଳ ରିଜର୍ଭ ବ୍ୟାଙ୍କର ରହିଛି।
-ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ୧୯୩୮ରେ ପ୍ରଥମ ଥର ପାଇଁ ୧୦, ୧୦୦, ୧୦୦୦ ଏବଂ ୧୦,୦୦୦ ଟଙ୍କିଆ କାଗଜ ନୋଟ୍‌ ଛପାଇଥିଲା, ଯେଉଁଥିରେ କିଙ୍ଗ୍‌ ଜର୍ଜ-୬ଙ୍କ ଫଟୋ ଥିଲା। ହେଲେ ୧୯୪୬ରେ କଳାଧନ ରୋକିବା ଲାଗି ୧୦୦୦ ଏବଂ ୧୦,୦୦୦ ଟଙ୍କିଆ ନୋଟ୍‌କୁ ସମ୍ପୂର୍ଣ୍ଣ ବନ୍ଦ(ଡିମନିଟାଇଜ୍‌) କରିଦିଆଗଲା।
-୧୦୦୦, ୫୦୦୦ ଏବଂ ୧୦,୦୦୦ ଟଙ୍କିଆ ନୋଟ୍‌ ଆଉଥରେ ପ୍ରଚଳନ ଆରମ୍ଭ କରାଗଲା, ଯାହାକି ୧୯୭୮ମସିହାରେ ପୁନର୍ବାର ଡିମନିଟାଇଜ୍‌ କରିଦିଆଗଲା।
-ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରତିବର୍ଷ ୨ହଜାର କୋଟି ଟଙ୍କା ଛପାଯାଇଥାଏ।

Share