କାନାଡା ସୁପ୍ରିମକୋର୍ଟରେ ଭାରତୀୟ ବଂଶୋଦ୍ଭବ

ଭାରତୀୟ ବଂଶୋଦ୍ଭବ ବିଚାରପତି ମହମଦ ଜମାଲ ପ୍ରଥମ ଅଣଶ୍ୱେତାଙ୍ଗ ଭାବେ କାନାଡା ସୁପ୍ରିମକୋର୍ଟକୁ ମନୋନୀତ ହୋଇଛନ୍ତି। ୨୦୧୯ରୁ ଓଣ୍ଟାରିଓସ୍ଥିତ କୋର୍ଟ ଅଫ୍‌ ଅପିଲ୍‌ର ବିଚାରପତି ଥିବା ଜମାଲଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ଦିଆଯାଇଛି। ୧୯୬୭ରେ ନାଇରୋବିରେ ଜଷ୍ଟିସ୍‌ ଜମାଲଙ୍କ ଜନ୍ମ। ତାଙ୍କ ପୂର୍ବ ପିଢ଼ି ଭାରତରୁ ସେଠାକୁ ଚାଲିଯାଇଥିଲେ। ଏହା ପରେ ଉକ୍ତ ପରିବାର ବ୍ରିଟେନ ଯାଇଥିଲେ। ୧୯୮୧ରେ ଜଷ୍ଟିସ୍‌ ଜମାଲ ନିଜ ପରିବାର ସହ କାନାଡା ଯାଇ ୟୁନିଭର୍ସିଟି ଅଫ୍‌ ଟରଣ୍ଟୋରେ ପଢ଼ିଥିଲେ।

ହେଉଛି।

Share