ଏଲିଜାବେଥ୍‌ଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ, ୧୩ା୬: କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନାଁ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ସାମିଲ ହୋଇଛି। ମହାମାରୀବେଳେ ବ୍ୟକ୍ତିବିଶେଷଙ୍କ ଅସାଧାରଣ ପ୍ରୟାସ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।
କରୋନା ଟିକା ପ୍ରସ୍ତୁତି ଏବଂ ଏହାର ଟ୍ରାଏଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୋଲକାତା ଜନ୍ମିତ ଦିବ୍ୟା ଚଢ଼ା ମାନେକଙ୍କୁ ଅର୍ଡର ଅଫ୍‌ ଦି ବ୍ରିଟିଶ୍‌ ଏମ୍ପାୟର(ଓବିଇ) ସମ୍ମାନ ମିଳିଛି। ଚଢ଼ା ମାନେକ ଏବେ ବ୍ରିଟିଶ ସରକାରଙ୍କ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲ୍‌ଥ ରିସର୍ଚ୍ଚ କ୍ଲିନିକାଲ ରିସର୍ଚ୍ଚ ନେଟ୍‌ଓ୍ବର୍କରେ ବ୍ୟବସାୟ ଓ ମାର୍କେଟିଂ ନିର୍ଦ୍ଦେଶକ ଅଛନ୍ତି। ତାଲିକାରେ ୩୦ରୁ ଊର୍ଦ୍ଧ୍ୱ ଭାରତୀୟ ବଂଶୋଦ୍ଭବଙ୍କ ଭିତରୁ ଓବିଇ ସମ୍ମାନ ପ୍ରାପ୍ତଙ୍କ ମଧ୍ୟରେ ଶିଖ୍‌ ରିକଭରି ନେଟ୍‌ଓ୍ବର୍କର ପ୍ରତିଷ୍ଠାତା ଯଶବିନ୍ଦର ସିଂ ରାଏ ଏବଂ ଲଏଡ୍‌ ବ୍ୟାକିଂ ଗ୍ରୁପ୍‌ର ଯଶଜ୍ୟୋତ ସିଂ ରହିଛନ୍ତି।

Share