୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ନେଇ ବିଭିନ୍ନ ଗବେଷଣାକାରୀ ସଂସ୍ଥା ତଥା ଅର୍ଥନୀତିଜ୍ଞ ଆକଳନ କରୁଛନ୍ତି। ଏହିକ୍ରମରେ ରବିବାର ଦେଶର ଅଗ୍ରଣୀ ଆକାଉଣ୍ଟିଂ ଏବଂ ପରାମର୍ଶଦାତା ସଂସ୍ଥା ଡେଲୋଏଟ ଆକଳନ କରିଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ପ୍ରାୟ ୭ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହୋଇପାରେ ବୋଲି ଡେଲୋଏଟ ପକ୍ଷରୁ ଆକଳନ କରାଯାଉଛି। ଡେଲୋଏଟ ଦକ୍ଷିଣ ଏସିଆର ସିଇଓ ରୋମାଲ ଶେଟ୍ଟୀଙ୍କ ଅନୁଯାୟୀ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଗ୍ରାମାଞ୍ଚଳରେ ଚାହିଦା ବଢ଼ୁଛି। ଏହା ବ୍ୟତୀତ ଯାନବାହନ ବିକ୍ରି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭ ରୁ ୭.୧ ପ୍ରତିଶତ ହୋଇପାରେ। ତେବେ ମଧ୍ୟ ପୂର୍ବ ଏବଂ ୟୁକ୍ରେନରେ ଚାଲିଥିବା ଉତ୍ତେଜନା ଏବଂ ପାଶ୍ଚାତ୍ୟ ଦେଶଗୁଡିକରେ ଅର୍ଥନୈତିକ ମନ୍ଥରତା ଭାରତର ଜିଡିପି ଅଭିବୃଦ୍ଧି ଉପରେ ମଧ୍ୟ ପ୍ରଭାବ ପକାଇବ। ରୋମାଲ ଶେଟ୍ଟୀଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ଯଥାଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ଏବଂ ଏହା ୫ ଟ୍ରିଲିୟନ ଡଲାର ଆଡକୁ ଗତି କରୁଛି। ଏକ ଦଶନ୍ଧି ମଧ୍ୟରେ ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇଯିବ। ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଭାରତ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଆମେରିକାର ଫେଡେରାଲ ରିଜର୍ଭ (ୟୁଏସ ଫେଡ) ମଧ୍ୟ ସୁଧ ହାର ହ୍ରାସ କରି ଭାରତୀୟ ଅର୍ଥନୀତି ଅଭିବୃଦ୍ଧିର ପଥ ସରଳ କରିଛି। ଭାରତ ବିଶ୍ୱର ସର୍ଭିସ୍‌ କ୍ୟାପିଟାଲ ହେବ ଏବଂ ଉତ୍ପାଦନ ବୃଦ୍ଧି ପାଇଁ କୃଷି କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ର୍ନିଦ୍ଦିଷ୍ଟ କ୍ଷେତ୍ରଗୁଡିକୁ ଖୋଜିବାକୁ ପଡ଼ିବ ଯେଉଁଠାରେ ଭାରତ ବିଶ୍ୱରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା କରିପାରିବ। ସୂଚନା ଥାଉକି, ପୂର୍ବରୁ ଏକାଧିକ ଅନୁସନ୍ଧାନକାରୀ ସଂସ୍ଥା ୨୦୩୦-୩୧ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ନେଇ ଆକଳନ କରିଛନ୍ତି। ଏଥିପାଇଁ ବାଣିଜ୍ୟ କାରବାର ଏବଂ ସାମଗ୍ରୀର ଉନ୍ନତି, ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବା ଏବଂ ସାଧାରଣ ପୁଞ୍ଜି ଉପରେ ର୍ନିଭରଶୀଳତା ହ୍ରାସ କରିବା ପାଇଁ ଜାରି ସଂସ୍କାର ଆବଶ୍ୟକ ବୋଲି ଅର୍ଥନିତୀ ବିଶେଷଜ୍ଞଙ୍କ ମତ ରହିଛି। ପ୍ରମୁଖ ଉଦୀୟମାନ ବଜାର ସୂଚକାଙ୍କରେ ଭାରତ ଅନ୍ତର୍ଭୂକ୍ତ ହେବା ପରେ ଭାରତୀୟ ସରକାରୀ ବଣ୍ଡରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ଏହା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବାଣିଜ୍ୟ ସୁବିଧାକୁ ଅଧିକ କରିବା ପାଇଁ ଭାରତକୁ ଭିତ୍ତିଭୂମି ଏବଂ ଭୌଗୋଳିକ ରାଜନୈତିକ କୌଶଳ ବିକାଶ କରିବାକୁ ପଡିବ ବୋଲି ମଧ୍ୟ ଅନେକଙ୍କ ମତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ...

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri