ଖାଦ୍ୟ-ପାନୀୟ ସାମଗ୍ରୀ ଠାରୁ ଦେଶରେ ବଡୁଛି ଶିକ୍ଷା ପାଇଁ ଖର୍ଚ୍ଚ, ରିପୋର୍ଟରେ ନୂଆ ଖୁଲାସା

ନୂଆଦିଲ୍ଲୀ,୧୨।୯: ଶିକ୍ଷା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣେ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ଏହାର କାରଣ ହେଉଛି ଭାରତୟମାନେ ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି ବିନିଯୋଗ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ ଖାଦ୍ୟ ସାମଗ୍ରୀ ଖର୍ଚ୍ଚ ତୁଳନାରେ ଶିକ୍ଷା ଖର୍ଚ୍ଚ ଅଧିକ ହୋଇଛି।

ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତରେ ବଜାୟ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜୁଲାଇ ମାସରେ ଏହା ମଧ୍ୟ ୪ ପ୍ରତିଶତ ପରିସର ମଧ୍ୟରେ ଆସିଥିଲା । ଯଦି ଆମେ ଖାଦ୍ୟ ମୁଦ୍ରାସ୍ଫୀତି ବିଷୟରେ ଆଲୋଚନା କରିବା ଅର୍ଥାତ ସାମଗ୍ରିକ ମୁଦ୍ରାସ୍ଫୀତି ମଧ୍ୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ, ତେବେ ଜୁଲାଇରେ ଏହା ୬ ପ୍ରତିଶତ ତଳକୁ ଖସି ଆସିଛି। କିନ୍ତୁ ଏହି କ୍ଷେତ୍ରରେ ଶିକ୍ଷାର ପରିସ୍ଥିତି ବିପରୀତ ଅଟେ। ଦେଶରେ ଶିକ୍ଷା ମୁଦ୍ରାସ୍ଫୀତି ୧୧ ରୁ ୧୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି।

ଦେଶରେ ଶିକ୍ଷା ମୁଦ୍ରାସ୍ଫୀତି ଯେଉଁ ବେଗରେ ବୃଦ୍ଧି ପାଉଛି, ପ୍ରତି ୬ ରୁ ୭ ବର୍ଷରେ ଶିକ୍ଷାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହେଉଛି । ସାଧାରଣ ପରିବାର ପାଇଁ ଏହି ଭାର ବହନ କରିବା ସହଜ ନୁହେଁ। ତେଣୁ ସେମାନଙ୍କୁ ଶିକ୍ଷାଋଣ ନେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ CRISIL ରେଟିଂ ଦ୍ୱାରା ଏକ ନୂଆ ରିପୋର୍ଟ ପ୍ରକାଶ ପାଇଛ।

CRISIL ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତୀୟଙ୍କ ମଧ୍ୟରେ ବିଦେଶରୁ ଉଚ୍ଚଶିକ୍ଷା ଗ୍ରହଣ କରିବାର ଧାରା ବଢିବାରେ ଲାଗିଛି। ଏହି କାରଣରୁ, ଅଣ-ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀଗୁଡିକ ପାଇଁ ଶିକ୍ଷାଋଣ ଏକ ଦ୍ରୁତ ଅଭିବୃଦ୍ଧି କ୍ଷେତ୍ର ହୋଇ ରହିବ ଅର୍ଥାତ NBFC ଗୁଡ଼ିକର ଶିକ୍ଷାଋଣ ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ ରୁ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଏହା ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

 

Share