Categories: ଜାତୀୟ

ଥରୁରଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୯ ।୨: ଦେଶରେ ଚାଲିଥିବା ହିଜାବ ବିବାଦକୁ ନେଇ ପାକିସ୍ତାନ ଏଜେଣ୍ଟଙ୍କ ଟୁଇଟକୁ ରି ଟୁଇଟ କରି ଏବେ ଅଡୁଆରେ ଫସି ଯାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର । ଏ ନେଇ କୁଏତରେ ଥିବା ଭାରତୀୟ ଦୂତାବାସ ଥରୁରଙ୍କୁ ତାଗିଦ କରିଛି । ଦୂତାବାସ ପକ୍ଷରୁ କୁହାଯାଇଛି କି ଭାରତ ବିରୋଧି ତତ୍ତ୍ୱକୁ ପ୍ରୋତ୍ସାହିତ କରିବା ଅନୁଚିତ ।
ପାକିସ୍ତାନୀ ଏଜେଣ୍ଟ ଟୁଇଟ କରିଛନ୍ତି ଯେ ଶକ୍ତିଶାଳୀ କୁଏତ ସଂସଦର ଏକ ଦଳ ସରକାରଙ୍କ ନିକଟରେ ଦାବି କରିବା ଦରକାର କି ଭାରତର ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର କୌଣସି ସଦସ୍ୟଙ୍କୁ କୁଏତରେ ତତ୍କାଳ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଦରକାର । ସେ କହିଛନ୍ତି ଆମେ ମୁସଲମାନ ଝିଅମାନଙ୍କୁ ସର୍ବସାଧାରଣରେ ପ୍ରତାଡିତ ହେଉଥିବା ଦେଖି ପାରିବୁ ନାହିଁ । ଏବେ ଏକଜୁଟ ହେବାର ସମୟ ଆସିଛି ।
ଏହି ଟୁଇଟକୁ ରିଟୁଇଟ କରି ଥରୁର ଲେଖିଥିଲେ କି ଘରୋଇ କାର୍ଯ୍ୟକଳାପର ଅନ୍ତର୍ଜାତୀୟ ପ୍ରଭାବ ରହିଛି । ଭାରତରେ ବଢୁଥିବା ଇସଲାମୋଫୋବିୟା ଉପରେ ସେମାନଙ୍କର ଅସନ୍ତୋଷ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନିଚ୍ଛା ବିଷୟରେ ମୁଁ ଗଲ୍ଫ ବନ୍ଧୁମାନଙ୍କଠାରୁ ଶୁଣିଛି । ଏହା ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନାହିଁ । ଆମେ ଭାରତକୁ ଭଲ ପାଉ ହେଲେ ଏମିତି କୌଣସି କଷ୍ଟକର କଥା କରାନଯାଉ ଯାହା ଫଳରେ ଆମେ ତୁମକୁ ବନ୍ଧୁ କରିପାରିବୁ ନାହିଁ । ଏହି ଟୁଇଟକୁୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ଲେଖାଯାଇଛି କି ଭାରତୀୟ ସଂସଦର ଜଣେ ସମ୍ମାନୀତ ସଦସ୍ୟ ପାକିସ୍ତାନୀ ଏଜେଣ୍ଟଙ୍କ ଦ୍ୱାରା ଭାରତ ବିରୋଧି ଟୁଇଟ୍ କରିଥିବାରୁ ଦୁଖିତ । ଭାରତ ବିରୋଧି ତତ୍ତ୍ୱକୁ ଉତ୍ସାହିତ କରିବା ଅନୁଚିତ ।

Share